କଙ୍କାଳ
କଙ୍କାଳ —
ଉଚ୍ଚାରଣ: Kaṅkāḻa
ସଂ. ବି. (କଙ୍କ ଧାତୁ=ଗମନ କରିବା+ସଜ୍ଞାର୍ଥେ କର୍ତ୍ତୃ. ଆଳ) —
୧: ଅସ୍ଥିପଞ୍ଜର —୧. Skeleton.
ହାଡ଼ମାଳ କଙ୍କାଳ ଯେ ବହିଥାଏ ଦେହେ ସାରଳା. ମହାଭାରତ
୨: କଟିକଙ୍କାଳ; କଟିହାଡ଼ —୨. The bone of loins.
୩: ପଞ୍ଜରାହାଡ଼ —୩. The ribs on the sides.
ଦେ. ବି. —
କାଖତଳ; ପାର୍ଶ୍ବ —The side of the body; flank.