ଶବ୍ଦାର୍ଥ:

କଙ୍କଣ
ଉଚ୍ଚାରଣ: Kaṇkaṇa

ସଂ. ବି. (କଣ ଧାତୁ=ଶଦ୍ଦ କରିବା, ୟଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ୟାହା ବାରମ୍ବାର ଶବ୍ଦ କରେ) —

୧: ହାତ ଖଡ଼ୁ; ହାତରେ ପିନ୍ଧିବା ବଳୟବିଶେଷ — ୧. Bracelet; wristlet.

ତାଡ଼ ବୋଡ଼ କଙ୍କଣ ଯେ ଆଉ ବର୍ଣ୍ଣାଞ୍ଚଳ ବିଦ ମୁଦି ବାହୁଟୀ କଣୟ ରତ୍ନମାଳ ସାରଳାମହାଭାରତ. ଭୀଷ୍ମ

୨: ହସ୍ତସୂତ୍ର; ଅନନ୍ତ; ଅନନ୍ତବ୍ରତ —୨. Armlet.

୩: କଙ୍କଣ ପଇତା (ଦେଖ) —୩. Kaṅkaṇa paitā (See)

୪: ପଶ୍ଚିମ ଭାରତର ସହ୍ୟାଦ୍ରି ଠାରୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ପ୍ରଦେଶ (ଏହାର ଉତ୍ତର ସୀମା ତାପ୍ତି ନଦୀ) — ୪. The Konkan country in Western India.

୫: (କଂ=ଜଳ+କଣ=ବିନ୍ଦୁ)—ଲୋତକ; ଲୁହ — ୫. Tears.

୬: ଜଳକଣା —୬. Particles of water.

ବିଦିତ କଲା କଙ୍କଣ ମୁଞ୍ଜିବା ତତ୍କାଳ—ଭଞ୍ଜ. ବୈଦେହୀଶବିଳାସ