ଶବ୍ଦାର୍ଥ:

କକୁଦ୍ମାନ
ଉଚ୍ଚାରଣ: Kakudmān

(କକୁଦ୍ମତୀ—ସ୍ତ୍ରୀ)  

ସଂ. ବିଣ. ପୁଂ (କକୁଦ୍+ଅଛି ଅର୍ଥରେ. ମତ୍; ୧: ମା. ୧: ବ) —

ୟାହାର ଚୂଳ ଅଛି; ଚୂଳିଆ —Having a hump; hump-backed.

ସଂ. ବି. ପୁଂ —

୧: ବୃଷଭ; ଷଣ୍ଡ — ୧. Hunch-backed bull.

୨: ପର୍ବତ —୨. Mountain.

୩: ମହିଷ; ପୋଢୁଅ; ଅଣ୍ଡିରାମଇଁଷି — ୩. He-buffalo.