ଶବ୍ଦାର୍ଥ:

କଉଡ଼ି
ଉଚ୍ଚାରଣ: Kauṟḍ̠i
কড়ি कौड़ि

ଦେ. ବି. (ସଂ. କପର୍ଦ୍ଦକ) —

୧: କପର୍ଦ୍ଦକ; ସମୁଦ୍ରଜାତ ଏକ ପ୍ରକାର ସାନ ଶାମୁକାର ହାଡ଼ — ୧. A small marine shell.

୨: ପୂର୍ବେ ମୁଦ୍ରାରୂପେ ବ୍ୟବହୃତ କପର୍ଦ୍ଦକ — ୨. Shell formerly current as money.

[ଦ୍ର—ପୂର୍ବେ ଏହା ଆମ ଦେଶରେ ଧନରୂପେ ବ୍ୟବହୃତ ହେଉ ଥିଲା ଗୋଟିଏ କଉଡ଼ି=ଏକ କଡ଼ା; ୪: କଡ଼ା= ୧: ଗଣ୍ଡା; ୫: ଗଣ୍ଡା= ୧: ବୋଡ଼ି; ୨: ଗଣ୍ଡା= ୧: ପଣ; ୧୬: ପଣ= ୧: କାହାଣ]

ଚାଉଲ ପାଞ୍ଚ ମାଣ କଉଡ଼ି ପାଞ୍ଚ ବୋ଼ଡ଼ି ସାରଳା—ମହାଭାରତ

୩: (ଲକ୍ଷଣାର୍ଥ) ଧନ — ୩. Riches.

କଉଡ଼ି ଖାଇ ଦ୍ବିଜେ ହୋଇଲେ ପ୍ରମୋଦ କୃଷ୍ଣସିଂହ, ମହାଭାରତ, ଆଦି

୪: (ଲକ୍ଷଣାର୍ଥ) ମୂଲ୍ୟ; ଦାମ —୪. Price; value.

ଦରଜିକୁ କଉଡ଼ି ଦେବ ଏପରି ସାମର୍ଥ୍ୟ ନାହିଁ ରାଧାନାଥ, ବିବେକୀ

୫: (ଲକ୍ଷଣାର୍ଥ) ନଗଦ ଧନ —୫. Hard cash.

ଦେ. ବିଣ. —

ମହର୍ଗ —Dear.

କୋମଳ ପତ୍ର ହୋଇଛି କଉଡ଼ି କେ କେତେ ଅବା ଆଣୁଛନ୍ତି ଲୋଡ଼ି ଦୀନକୃଷ୍ଣ, ରସକଲ୍ଲୋଳ