ଶବ୍ଦାର୍ଥ:

କଉ
ଉଚ୍ଚାରଣ: Kau
ସଂ. କବୟୀ; କବିକା;

କ୍ରକଚପୃଷ୍ଠୀ কই सूंभा

ଦେ. ବି. (ସଂ. କବୟୀ) —

ପଙ୍କରେ ରହିବା ଏକପ୍ରକାର ମାଛ — Anabus Scandens (fish).

[ଦ୍ର—ଏମାନେ ଲମ୍ବରେ ଦଶ ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି ଓ ଅଳ୍ପ ପାଣିରେ ବହୁତ ଦିନ ବଞ୍ଚି ରହି ପାରନ୍ତି ଏମାନଙ୍କର ଗାଲିସି ଓ ପିଠି ଉପରର ପକ୍ଷ ବା ଡେଣା କରତ ପରି ଦାଢୁଆ ଓ କଣ୍ଟାଳିଆ ଅଳ୍ପମାତ୍ରାରେ ଗଡ଼ୁଥିବା ପାଣିର ଧାରରେ ସୁଅର ବିପରୀତ ଦିଗରେ ଏମାନେ ଉଜାଣି ଉଠନ୍ତି, ଏପରି ମଧ୍ୟ ଦେଖାଯାଇଅଛି ଯେ, ତାଳଗଛ କନ୍ଦାରୁ ବହି ଆସୁଥିବା ବର୍ଷଣା ପାଣିର ଧାର ବାଟେ ତାଳ ଗଛ ଉପରକୁ କଉମାଛ ଉଠିଯାଆନ୍ତି ଏ ମାଛ ରୋଗୀର ପଥ୍ୟ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁର ରସ, ସ୍ନିଗ୍ଧ, କଫପ୍ରଶମକ, ରୁଚିକାରକ, କିଞ୍ଚିତ୍ ପିତ୍ତକର, ବାୟୁନାଶକ ଓ ଅଗ୍ନିବର୍ଦ୍ଧକ ଏହାର ମୁଣ୍ଡଭିତରେ ଗୋଡ଼ି ପରି ଟାଣୁଆ ଖଣ୍ଡମାନ ଥାଏ କଉମାଛ ପାଣିଭିତରେ ଥିବା ମଶାଡିମ୍ବ ଓ କୀଟାବସ୍ଥାରେ ଥିବା ମଶାଙ୍କୁ ଖାଇଯାଆନ୍ତି]