କଇ
କଇ —
ଉଚ୍ଚାରଣ: kai
বামি
कै
ବୈଦେ. ବି. (ଆରବୀ—କୈ) —
ବମନ; ବାନ୍ତି; ଉକାର— (ଯଥା—ଝାଡ଼ାକଇ) Vomiting.
ଦେ. ପ୍ରତ୍ୟୟ —
୧: (ପ୍ରାଚୀନ ପଦ୍ୟଗ୍ରନ୍ଥମାନଙ୍କରେ ବ୍ୟବହୃତ)— ୨ ୟ ଓ ୪ ର୍ଥୀ ବିଭକ୍ତିର ଚିହ୍ନ; କୁ —୧. The sign of the ୨nd & ୪th cases added to nouns.
[ ୧: ଦ୍ବିତୀୟା ବିଭକ୍ତିରେ —
ବିଧାତା ପ୍ରସାଦେଣ ଜିଣିଲା ତିନିପୁର ୟମକଇ ବଳେ ଜିଣିଲା ନିଶାଚର ବଳରାମ, ରାମାୟଣ
୨: ୪ ର୍ଥୀ ବିଭକ୍ତିରେ —
ପୁତ୍ରକଇ ଚରୁ କରସି ମହାମୁନି ପଛେ ତପ ଜପ ୟାଗ କର ହୋ ମହାଜ୍ଞାନି ବଳରାମ ରାମାୟଣ]
ପ୍ରାଦେ. (ମେଦିନୀପୁର; ତୁଳ. ବଂ. କଇମାଛ) ବି —
କଉମାଛ (ଦେଖ) Kau (fish) (See)