ଶବ୍ଦାର୍ଥ:


ଉଚ୍ଚାରଣ: ka
ক क

ସଂ —

ପ୍ରଥମ ବର୍ଗର ପ୍ରଥମ ବର୍ଣ୍ଣ; ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ (ଏହାର ଉଚ୍ଚାରଣ ସ୍ଥାନ କଣ୍ଠ ଏହା କୌଣସି ଅକ୍ଷର ସଙ୍ଗେ ଯୁକ୍ତ ହେଲେ, ସେହି ଅକ୍ଷର ତଳେ 'କ' ମାତ୍ରା ରୂପେ ବ୍ୟବହୃତ ହୁଏ କ ବର୍ଗର ପାଞ୍ଚ ଗୋଟି ଅକ୍ଷର ଯଥା—କ, ଖ, ଗ, ଘ, ଙ) — The first consonant of the Sanskrit and the Oṟḍ̠iā alphabet.

ସଂ. ବି, (କୈ ଧାତୁ=ଶବ୍ଦ କରିବା; ଦୀପ୍ତି ପାଇବା+କର୍ତ୍ତୃ. ଅ) —

୧: ବ୍ରହ୍ମା —୧. Brahmā.

୨: ବିଷ୍ଣୁ —୨. Bishṇu.

୩: ଶିବ —୩. Ṡiba.

୪: ବାୟୁ —୪. Air.

୫: ୟମ —୫. J̄ama.

୬: ସୂର୍ୟ୍ୟ —୬. Sun.

୭: ଆତ୍ମା —୭. Soul.

୮: ଅଗ୍ନି —୮. Fire.

୯: ପକ୍ଷୀ —୯. Bird.

୧: ଦକ୍ଷ ପ୍ରଜାପତି —୧୦. Daksha Prajāpati.

୧୧: ରୋଗ —୧୧. Sickness; disease.

୧୨: କାଳ —୧୨. Time.

୧୩: କନ୍ଦର୍ପ —୧୩. Cupid.

୧୪: ଦୀପ୍ତି —୧୪. Lustre.

୧୫: କେଶ —୧୫. Hair.

୧୬: ମୟୂର —୧୬. Peacock.

୧୭: ଶରୀର —୧୭. Body.

୧୮: ରାଜା —୧୮. King.

୧୯: ଶବ୍ଦ —୧୯. Sound.

୨: ଧନ —୨୦. Money; riches.

୨୧: ମନ —୨୧. Mind.

୨୨: ମସ୍ତକ —୨୨. Head.

୨୩: ସୁଖ —୨୩. Happiness.

୨୪: ଜଳ —୨୪. Water.

[ଦ୍ର—ତନ୍ତ୍ରମତରେ ଏହି ଅକ୍ଷରର ବାମରେଖା ବ୍ରହ୍ମା, ଦକ୍ଷିଣ— ରେଖା ବିଷ୍ଣୁ ଓ ଅଧୋରେଖା ରୁଦ୍ର; ମାତ୍ରା ସାକ୍ଷାତ ସରସ୍ବତୀ ଓ ସଧ୍ୟସ୍ଥଳର ଶୂନ୍ୟସ୍ଥାନ ସଦାଶିବ]

ସଂ. ପ୍ରତ୍ୟୟ —

୧: ସ୍ବାର୍ଥବୋଧକ (ଯଥା—ବାଳ+କ=ବାଳକ) — ୧. (a Sanskrit suffix) Denoting selfsame.

୨: ଅଳ୍ପ ବା କ୍ଷୁଦ୍ରାର୍ଥବୋଧକ (ଯଥା—ମାଣବକ; ପୁତ୍ରକ; ଅଶ୍ବକ) —୨. Denoting diminutive form.

୩: ସହାର୍ଥତତ୍ପୁରୁଷ ବା ବହୁବ୍ରୀହି ସମାସରେ ସମସ୍ତପଦ ଶେଷରେ ଯୁକ୍ତ ହୁଏ (ଯଥା—ସସ୍ତ୍ରୀକ; ଅରାଜକ; ବିପତ୍ନୀକ) —୩. Used in adjectival compounds denoting, accompanied with.

ଦେ. ଅ. —

୧: (ପଦ୍ୟ) (ସଂ. କିଳ)— ପାଦ ପୂରଣ ପାଇଁ କ୍ରିୟା ଶେଷରେ ପ୍ରଯୁକ୍ତ — ୧. Redundant letter added to a verb.

ପୂର୍ବ ଦୁଃଖ ଅପମାନ କଲେକ ସ୍ମରଣ ବିଷଦାନ, ଜତୁଗୃହ, ବନବିବାସନ ରାଧାନାଥ, ବେଣୀସଂହାର

୨: (ପଦ୍ୟ) (କ୍ରିୟା ସଙ୍ଗେ ଯୁକ୍ତ ହେଲେ କ୍ରିୟାର ନିଶ୍ଚୟାର୍ଥ ବୁଝାଏ)—ନିଶ୍ଚେଁ;ଟି —୨. Certainly; surely.

ଧନୁ ଶର ତଳେ ଥୋଇ ଲାଗିବାକ ଆସ ପୀତାମ୍ବର, ନୃସିଂହପୁରାଣ

୩: (କାଳବାଚକ ଶବ୍ଦ ସଙ୍ଗେ ଯୁକ୍ତ) ମାତ୍ର; କେବଳମାତ୍ର — ୩. Only; merely.

ରୁଣ୍ଡ ହୋଇଲେ ଗଡ଼ ଦ୍ବାରେ, ଆଜବ ରହିବେ ତୋଟାରେ ଜଗନ୍ନାଥ, ଭାଗବତ

୪: ସଂଖ୍ୟା ବା ସମାହାରବାଚକ ଶଦ୍ଦ ପରେ ଏକବଚନାର୍ଥରେ ବ୍ୟବହୃତ; ଏକ —୪. Single; one.

(ଯଥା—ପଣକ; କାହାଣକ; ସେରକ; ଜଣକ; ମାଣକ; ଇତ୍ୟାଦି)

ଧୋବା ମଳିକ, ସଙ୍ଖାଳି କରିଛି ଝିଅ ହଳିକ ଢଗ

୫: (କାଳବାଚକ ଶଦ୍ଦ ପରେ ବ୍ୟବହୃତ) ଏକମାତ୍ର; ଏକ ସଂଖ୍ୟକ —୫. One only.

(ଯଥା—କ୍ଷଣକ; ମୁହୂର୍ତ୍ତକ ଇତ୍ୟାଦି)

ନିମିଷକେ ପ୍ରାଣ ତାର ପକାନ୍ତିଟି ଦହି ପୀତାମ୍ବର, ନୃସିଂହପୁରାଣ

୬: (ଅନ୍ୟ ବିଶେଷ୍ୟ ପଦ ପରେ ଯୁକ୍ତ) ପ୍ରତ୍ୟେକ — ୬. Each; every.

ରୋମକେ ବ୍ରହ୍ମାଣ୍ଡ ତୋହର ଭୂପତି, ପ୍ରେମପଞ୍ଚାମୃତ

୭: (ବ୍ୟାପ୍ତ୍ୟର୍ଥକ) ସମସ୍ତ; ୟାକ — ୭. All; the whole.

(ଯଥା—ପୋଖରୀକ ମାଛ ଲୁଟି ନେଲା; ଏତେକ; ସେତେକ; ୟେତେକ ଇତ୍ୟାଦି)

୮: (ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ)—(ଅମୁକ) ସଂଖ୍ୟାର ପୂରକ — ୮. In the place of a certain number e.g. third; fifth.

(ଯଥା—ତିନିକ ପଣିକିଆର ପାଞ୍ଚକ ଖନ୍ଦା ବୋଲି ୟାଅ)

୯: (ପରିମାଣବାଚକ ସର୍ବନାମ ସଙ୍ଗେ ଯୁକ୍ତ)—ପ୍ରାୟ ୯. Approximately.

(ଯଥା—ଏତକ; ସେତକ; ୟେତେକ; କେତେକ ଇତ୍ୟାଦି)