ଉଇକିଅଭିଧାନ:ଜନ୍ମତିଥି/୧୧

ଓଡ଼ିଆ ଉଇକିଅଭିଧାନପ୍ରଧାନ ପୃଷ୍ଠା ତିଆରି ହେବା ଦିନ ଥିଲା ୨୦୦୫ ମସିହା ଜୁନ ୧୬ ତାରିଖ । ସେହି ଦିନଟି ଓଡ଼ିଆ ଉଇକିଅଭିଧାନର ଜନ୍ମଦିବସ ଭାବେ ପ୍ରଥମ କରି ଏହି ବର୍ଷ ପାଳନ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ପାଳନ କରାଯିବ ଓ ଏଥିରେ ଭାଗ ନେବାକୁ ଇଚ୍ଛୁକ ସଭିଏଁ ଏହି ନିୟମାବଳୀ ଅନୁସାରେ ଅତି କମରେ ଗୋଟାଏ ଲେଖାଏ ଶବ୍ଦ ତିଆରି କରିବେ ।

ଭାଗନେବାକୁ ଇଚ୍ଛୁକ? ସମ୍ପାଦନା

ଏଠାରେ କ୍ଲିକ କରି ନାମ ଲେଖାନ୍ତୁ । ନିଜ ନାମ ଟାଇପ ନ କରି ଏହି ଭଳି ଲେଖିବେ: # --~~~~

ଶିକ୍ଷଣ ସମ୍ପାଦନା

ପ୍ରକାଶିତ ଖବର ସମ୍ପାଦନା

ପ୍ରେସ ରିଲିଜ ସମ୍ପାଦନା

ଓଡ଼ିଆ ଉଇକିଅଭିଧାନ, ଇଣ୍ଟରନେଟରେ ଏକ ଲକ୍ଷ ଶବ୍ଦରେ ଭରା ଓଡ଼ିଆ ଅଭିଧାନ

ଇଣ୍ଟରନେଟରେ ବିଭିନ୍ନ ଭାଷାର ଶବ୍ଦସବୁର ଆଭିଧାନିକ ଅର୍ଥ ସହଜରେ ଖୋଜିବା ଲାଗି ୨୦୦୫ରେ ତିଆରି ଓଡ଼ିଆ ଉଇକିଅଭିଧାନକୁ ୧୧ ବର୍ଷ ପୂରିଲା । ଗତ କିଛି ବର୍ଷ ଭିତରେ ଏଥିରେ ଅନେକ ଶବ୍ଦ ଯୋଡ଼ି ହୋଇ ଏବେ ଏଥିରେ ମୋଟ ଶବ୍ଦ ସଂଖ୍ୟା ୧୦୦,୮୦୦ରେ ପହଞ୍ଚିଛି । କେବଳ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ଏହି ପ୍ରକଳ୍ପରେ ଅଧୁନା ମୁଖ୍ୟତଃ ଓଡ଼ିଆ ଶବ୍ଦର ଅର୍ଥସବୁ ରହିଛି । ଆଗକୁ ଇଂରାଜୀ ସମେତ ନାନାଦି ବିଶ୍ୱ ଭାଷା ସହିତ ହିନ୍ଦୀ, ବଙ୍ଗଳା ଭଳି ଭାରତୀୟ ଭାଷାସମୂହର ଅର୍ଥ ଯୋଡ଼ିବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଏହାର ପରିଚାଳକ ଶିତିକଣ୍ଠ ଦାଶ । ଉଇକିଅଭିଧାନ ଇଣ୍ଟରନେଟରେ ଥିବା ଓଡ଼ିଆ ଜ୍ଞାନକୋଷ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ । ୧୧ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଉଇକିପିଡ଼ିଆର ବାକି ସମ୍ପାଦକ ଉଇକିଆଳିଗଣ ପ୍ରତ୍ୟେକ ଅତିକମରେ ଗୋଟିଏ ଲେଖାଏ ଶବ୍ଦ ଏଥିରେ ଯୋଡ଼ିବା ଲାଗି ଏକ ଦଶଦିନିଆ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି ବୋଲି କହନ୍ତି ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ମୃତ୍ୟୁଞ୍ଜୟ କର ।

ଏଥିରେ ଥିବା ଓଡ଼ିଆ ଶବ୍ଦ ଭିତରୁ "କ"ରୁ "ସ" ଯାଏ ଶବ୍ଦସବୁର ବ୍ୟାଖ୍ୟା ଗୋପାଳ ପ୍ରହରାଜ ରଚିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ନିଆଯାଇଛି । ଅଧୁନା "ସ"ରେ ଥିବା ଶବ୍ଦ ଅଧା ରହିଛି । ଶବ୍ଦସବୁର ମାନେ ଓଡ଼ିଆ ସମେତ ବଙ୍ଗଳା ଓ ହିନ୍ଦୀ ଭାଷାରେ ମଧ୍ୟ ରହିଛି । "ଭାଷାକୋଷର ଡିଜିଟାଲ ରୂପ ସୃଜନିକା ଅନୁଷ୍ଠାନ ଓ ଚିକାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା ଡିଜିଟାଇଜ ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବାରୁ ଆମ ପାଇଁ ଏତେ ସଂଖ୍ୟକ ଶବ୍ଦର ଅର୍ଥ ତିଆରି କରିବାରେ ସୁବିଧା ହେଲା । ଏବେ ଇଣ୍ଟରନେଟରେ https://or.wiktionary.org ୱେବସାଇଟରେ ଏହା ସଭିଙ୍କ ପାଇଁ ଉପଲବ୍ଧ । ପଢ଼ିବା ସହିତ ଏଥିରେ ପାଠକମାନେ ଏଥିରେ ଆଗରୁ ନଥିବା ଶବ୍ଦସବୁ ଯୋଡ଼ିପାରିବେ ଓ କୌଣସି ଭୁଲ ଥିଲେ ତାହା ସୁଧାରିପାରିବେ", ଏ ବାବଦରେ ଅଧିକ ବଖାଣି କହନ୍ତି ଶିତିକଣ୍ଠ । ଏଥିରେ ଶବ୍ଦର ରୂପ, ଶବ୍ଦ ବିନ୍ୟାସ, ଉଦାହରଣ, ବିଭିନ୍ନ ଲିଙ୍ଗ, ଦେଶଜ ବ୍ୟବହାର ଆଦି ରହିଛି । ଏଥି ସହିତ କେତେକ ଶବ୍ଦର ଉଚ୍ଚାରଣ ବିଶ୍ୱସ୍ତରୀୟ ମାନକ ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟ (IPA)ରେ ମଧ୍ୟ ଲେଖାଯାଇଛି । ଏଥିରେ ଶବ୍ଦ ବର୍ଗୀକରଣ ଓ ବନାନ ଶୁଦ୍ଧି କାମ ଏବେ ଚାଲିଛି ତଥା ୧୦୦ରୁ ଅଧିକ ଶବ୍ଦର ଉଚ୍ଚାରଣ ଧ୍ୱନି ସହ ଦିଆଯାଇଛି । ଏହି ପ୍ରକଳ୍ପ ଓଡ଼ିଆରେ ଏକ ବନାନ ସଂଶୋଧକ ବା ସ୍ପେଲ ଚେକ ଇଞ୍ଜିନ ତିଆରିରେ ଅତୀତରେ ସାହାଯ୍ୟ କରିଥିଲା । ଆଗକୁ ଅଧିକ ଶବ୍ଦ ଥିବା ଏକ ଉଚ୍ଚମାନର ବନାନ ସଂଶୋଧକ ତିଆରି ଆମର ଲକ୍ଷ୍ୟ ବୋଲି ଶିତିକଣ୍ଠ କହନ୍ତି ।