ପୋତିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ପ୍ରୋଥ୍ ଧାତୁ) ସମ୍ପାଦନା

୧. ଭୂଇଁରେ ଗାତ ଖୋଳି ଗାତରେ କୌଣସି ବସ୍ତୁକୁ ରଖି ତହିଁ ଉପରେ ମାଟି ଘୋଡ଼ାଇବା; ଭୂଗର୍ଭରେ ପୂରାଇବା; ପ୍ରୋଥିତ କରିବା; ବୂଗର୍ଭନିହିତ କରିବା — ୧. To bury; to inter.

ଅଷ୍ଟକ ବୋଇଲେ ଯେ ହୋଇଯାଏ ମୃତ ପେଡ଼ନ୍ତି ପୋତନ୍ତେ ତାହାକୁ ତୁରିତ—କୃଷ୍ଣସିଂହ. ମହାଭାରତ.ଆଦି

୨. (ମୁହ) ଭୂମି ଆଡ଼କୁ ବୁଲାଇବା; ତଳକୁ କରିବା — ୨. To turn towards the ground (said of the face).

ଟିକିଏ ୟଏ ପୁଣି ପୋତିଦେଲେ ମଥା—କୃଷ୍ଣସିଂହ. ମହଭାରତ. ସଭା

୩. (କୌଣସି ମନୁଷ୍ୟ ଉପରେ ବାଣ ଆଦି ବୃଷ୍ଟି କରି ତଦ୍ଦ୍ୱାରା ତକୁ) ଆଚ୍ଛାଦିତ କରିବା —୩. To cover over; to heap up anything over a person.

(ଯଥା—ରାମଚନ୍ଦ୍ର ରାକ୍ଷସମାନଙ୍କୁ ବାଣରେ ପୋତି ପକାଇଲେ)

୪. ଗର୍ତ୍ତ ଆଦିକୁ ମୃତ୍ତିକା ଆଦିଦ୍ୱାରା ପୂର୍ଣ୍ଣ କରି ଭୂମିର ସମତୁଲ କରିବା —୪. To fill up (a hole or tank) .
୫. (ଲକ୍ଷଣାର୍ଥ) ବହୁ ପରିମାଣରେ କୌଣସି ବସ୍ତୁଦ୍ୱାରା କୌଣସି ବ୍ୟକ୍ତିକୁ ଆକ୍ରାନ୍ତ କରିବା —୫. (figurative) To overwhelm a person (with too much of anything).

(ଯଥା—ସେ ତାକୁ ମାଡ଼ ଗାଳିରେ ପୋତି ପକାଇଲା)

୬. ରୋପଣ କରିବା; ବୂଗର୍ଭରେ ଗାତ ଖୋଳି ମୂଳକୁ ସେ ଗାତରେ ବସାଇବା (ଯଥା, ଖୁଣ୍ଟ ଓ ଗଛ) —୬. To plant.
୭. ପୋତିବା ପଦାର୍ଥକୁ ଘୋଡ଼ାଇ ପକାଇଲା ଭଳି କୌଣସି କଳଙ୍କ ଆଦିକୁ ପ୍ରକାଶ ନ କରିବା — ୭. To hide or hush up a secret.