ପେଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପେଟୀ, ପେଟେଈ—ସ୍ତ୍ରୀ)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ. ସମ୍ପାଦନା

୧. ସ୍ଥୂଳୋଦର — Pot-bellied.
୨. କୁକ୍ଷିମ୍ଭରୀ; ଉଦରମ୍ଭରୀ — ୨. Greedy; gluttonous.
୩. ଉଦର ଯୁକ୍ତ — ୩. Bellied (as in big-bellied).

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ; ଯଥା— ପଲମ ପେଟା, ଥନ୍ତଲ ପେଟା, ଲାଉ ପେଟା ଇତ୍ୟାଦି]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

କଚରା; ପାଚିଲା ଧାନଗଛକୁ ଦାଆରେ କାଟି କ୍ଷେତ୍ରରେ ସାରି ସାରି କରି ରଖିବା —Laying of the ripe paddy plants cut from the roots on the field in rows.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

୧. କାଗଜର ଘୁଡ଼ି ଦେହରେ ଆଡ଼ ଭାବରେ ବଙ୍କା ହୋଇ ବସିଥିବା କାଠି ବା ବାଉଁଶର ପାତିଆ — ୧. A thin twig laid crosswise in a paper- kite.
୨. ଘୁଡ଼ି ଦେହରେ ତ୍ରିକୋଣାକାର ହୋଇ ବନ୍ଧା ହୋଇଥିବା ଦୁଇ ଖଣ୍ଡି ସୂତା —Two bits of thread attached to a paper-kite and forming a tringle with the body of the kite.