ପିଆରୀ ମୋହନ ସେନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ସ୍ୱନାମ ଧନ୍ୟ ଜନାର୍ଦ୍ଦନ ସେନଙ୍କ ପୁତ୍ର —Late Babu Peary Mohan Sen of Cuttack.

[ ଦ୍ର—ଏ ପୁରୁଷାନୁକ୍ରମେ ଓଡ଼ିଶାରେ ଉପନିବେଶକାରୀ ଗୋଟିଏ ବିଶିଷ୍ଟ ବଙ୍ଗୀୟ ବୈଦ୍ୟ ପରିବାରରେ କଟକ ଜିଲ୍ଲାର ଅନ୍ତର୍ଗତ ସାଲେପୁର ଥାନାର ରଘୁନାଥ ନଗର ନାମକ ଗ୍ରାମରେ ସ୍ୱନାମ ଧନ୍ୟ ଜନାର୍ଦ୍ଦନ ସେନଙ୍କ ଔରସରେ ଜନ୍ମ ସେ ୧୮୩୯: ଖ୍ରୀଷ୍ଟାବ୍ଦରେ ଭୂମିଷ୍ଠ ହୋଇ ୧୯:ରେ ପରଲୋକ ଗମନ କଲେ ସେ ଓଡ଼ିଶାର କଟକ, ପୁରୀ, ବାଲେଶ୍ୱର ଜିଲ୍ଲା ମାନଙ୍କରେ ସ୍କୁଲ୍, ଡ଼େପୁଟି, ଇନ୍ସ୍ପେକ୍ଟର ରୂପେ କାର୍ଯ୍ୟ କରିଥିଲେ ନିଜ ଗୃହରେ ତଥା କର୍ମକ୍ଷେତ୍ରରେ ସେ ଯେଉଁ ଚରିତ୍ରବାତ୍ତାର ଆଦର୍ଶ ରଖି ଯାଇଅଛନ୍ତି ତାହା ପ୍ରତ୍ୟେକ ଯୁବକର ଅନୁକରଣୀୟ ସାଧୁତା, ନିର୍ଲ୍ଲୋଭତା, ଉଦାରତା, କର୍ତ୍ତବ୍ୟନିଷ୍ଠା, ଧର୍ମପ୍ରାଣତା ପ୍ରଭୃତି ଯେଉଁ ଗୁଣ ଗୁଡ଼ିକ ମନୁଷ୍ୟକୁ ପ୍ରକୃତ ମନୁଷ୍ୟ ପଦବାଚ୍ୟ କରେ ସେଗୁଡ଼ିକ ତାହାଙ୍କଠାରେ ଫୁଟି ଉଠିଥିଲା ଶିକ୍ଷା ବିଭାଗ ଯେପରି ପବିତ୍ର ସେ ସେହି ବିଭାଗର ଯଥାର୍ଥ ପୁରୋଧା ଥିଲେ ତାହାଙ୍କୁ ପାଇ ଶିକ୍ଷା ବିଭାଗ ଧନ୍ୟ ହୋଇଥିଲା ତାହାଙ୍କ ସମ୍ୱନ୍ଧରେ ବିଶେଷ ବିବରଣ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେନଗୁପ୍ତଙ୍କ 'ଆଦର୍ଶ ପୁରୁଷ' ନାମକ ପୁସ୍ତକରେ ପ୍ରଦତ୍ତ ହୋଇଅଛି]