ପାଣି ଦବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ବୃକ୍ଷ ଆଦିର ମୂଳରେ) ଜଳ ଢାଳିବା — ୧. To water plants.

ଆମ୍ୱ ଗଛରେ ପାଣି ଦଉଁ ଦଉଁ ଶିମ୍ୱ ଗଛ ମଲା ଶିଶୁଗୀତ

୨. ଲୁହାକୁ ଦୃଢ଼ କରିବା ସକାଶେ ତାତିଲା ଲୁହାକୁ ଜଳରେ ବୁଡ଼ାଇବା —୨. To immerse hot iron in water to temper it.

ପାଣି ଦେଉଥିଲୁ ଶାଣିତ ବାଣକୁ ବାନ୍ଧିକି ବିନ୍ଧିବୁ କାହିଁ ଭଞ୍ଜ. ଲାବଣ୍ୟବତୀ

୩. (ତର୍ପଣାଦିରେ) ପିତୃ ଲୋକଙ୍କୁ ତର୍ପଣ କରିବା — ୩. To offer libations of water to the spirits of one's deceased ancestors.

ତୁମ୍ଭେ ଯେଉଁମାନଙ୍କୁ ଦେବ ବାବୁ ପାଣି ସେହିତ ତାଙ୍କୁ ପାଣି ଦେଉଛନ୍ତି ପୁଣି କୃଷ୍ଣସିଂହ. ମହାଭାରତ. ସଭା

୪. ସ୍ଥାନାନ୍ତରରୁ ଘଟ ଆଦିଦ୍ୱାରା ଜଳ ବହି ଆଣି ଯୋଗାଇବା —୪. To supply water by carrying it from some other place.
୫. ତୃଷାତୁରକୁ ଜଳ ପିଇବାକୁ ଦେବା — ୫. To give water to a person to drink.
୬. (ଘାଆ ଆଦି) ଜଳୀୟରସ ଉଦ୍ଗିରଣ କରିବା — ୬. To water; to emit water (said of sore the eyes or nostrils.)

(ଯଥା—ମୋ ଆଖି ୬ ମାସ ହେଲା ପାଣି ଦଉଛି)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ଘାଆ, ଆଖି, ନାକ ଆଦିରୁ) ଜଳ ସ୍ରାବ ହେବା; ପଣି ଗଡ଼ିବା —୧. Watering of any sore or the eyes or nostrils.
୨. (କୋଠା, ଡଙ୍ଗା, ଚାଳ ଆଦିର ଛିଦ୍ର ବାଟେ) ଜଳ ଭେଦ ବାହାରିବା —୨. Oozing of water through leaks; leaking.

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା

ବନିଶୀ ପକାଇବାବେଳେ ଜଳର ଗଭୀରତା ସ୍ଥିର କରିବା ଓ ତଦନୁସାରେ ବନିଶୀ ସୂତାରେ ତେରେଣ୍ଡା ବସାଇବା —To fathom the depth of water for angling and adjust the float on the angling string.