ଝାଡ଼ିଝୁଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଝାଡ଼ିଝୁଡ଼ିକରି—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୂକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ ନ୍ତ୍ରି,ବିଶେଷଣ - ରୂପେ ବ୍ୟବହୃତ) ସମ୍ପାଦନା

୧. ଉତ୍ତମରୂପେ ପରିଷ୍କାରପୂର୍ବକ; ଉତ୍ତମରୂପେ ଓଳିଆପୋଳିଆ କରି — ୧. After cleansing thoroughly; after a thorugh sweeping.

(ଯଥା—ଘରଟିକୁ ଝାଡ଼ିଝୁଡ଼ି ସଫା କରିଦିଅ)

୨. ନିଃଶେଷ କରି; କିଛି ମାତ୍ର ବାକି ନ ରଖି — ୨. Exhaustively; without leaving out any thing in it.

(ଯଥା—ବାକ୍ସକୁ ଝାଡ଼ିଝୁଡ଼ି ଦେଖିଲି ଯେ ସେଥିରେ ଚାରି ଅଣା ପଇସା ପଡ଼ିଛି)ୟ

୩. ଦେହରେ ବା ଗୃହାଦିରେ ଟିକିଏ ମାତ୍ର ମଳି ବା ଧୂଳି ନଛାଡ଼ି — ୩. Without leaving a speck of dust or dirt (in the body or house or place).
୪. କୌଣସି ବ୍ୟକ୍ତି ନିକଟରେ କପର୍ଦ୍ଦକ ମାତ୍ର ବା ସମ୍ୱଳ ମାତ୍ର ନ ଛାଡ଼ି —୪. Without leaving a single penny or article with a person.

(ଯଥା—ଡ଼କେଇତମାନେ ତା ଘରୁ ସବୁ ଝାଡ଼ିଝୁଡ଼ି ଲୁଟି କରି ନେଲେ)

୫. ଦେହରେ ରୋଗର ସାମାନ୍ୟ ଚିହ୍ନ ମାତ୍ର ନ ଛାଡ଼ି — ୫. Without leaving an atom of disease in the body of a person.

(ଯଥା—ବୈଦ୍ୟ ରୋଗୀ ଦେହରୁ ଜରକୁ ଝାଡ଼ିଝୁଡ଼ି ନେଇ ଗଲେ)