ସଂକ୍ରାନ୍ତି ଚଳନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକ୍ରାନ୍ତି ଚଳିବା—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ମନୁଷ୍ୟର ଜାତକର ଗ୍ରହ ଓ ନକ୍ଷତ୍ରାନୁସାରେ ସୂର୍ଯ୍ୟଙ୍କର ଶୁଭ ବା ଅଶୁଭଜନକ ସଂକ୍ରମଣ (ଏହା ସଂକ୍ରାନ୍ତିଚକ୍ର ଗଣନାରୁ ଧରା ପଡ଼େ) — Auspicious or inauspicious transition of the sun (as far as a person is concerned).

[ଦ୍ରଷ୍ଟବ୍ୟ —ସଂକ୍ରାନ୍ତି ଚଳନ ଅଶୁଭ ହେଲେ, ଅର୍ଥାତ୍ ସଂକ୍ରାନ୍ତିଚକ୍ରରେ ନିଜ ଜନ୍ମ ନକ୍ଷତ୍ରର ଅବସ୍ଥାନର ଫଳ ଜ୍ୟୋତିଃଶାସ୍ତ୍ର ଅନୁସାରେ ଅଶୁଭସୂଚକ ହେଲେ ଧୂସ୍ତର ବୀଜମିଶ୍ରିତ ସର୍ବୌଷଧି ଜଳରେ ସ୍ନନ, ବିଷ୍ଣୁମନ୍ତ୍ର ଜପ ଓ ହୋମନାଦି କଲେ ଅଶୁଭ ଫଳ କଟିଯାଏ]