ସଂକୀର୍ତ୍ତନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଙ୍କୀର୍ତ୍ତନ (ନା)—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସମ୍+କୃତ୍ ଧାତୁ+ଭାବ ଅନ+ସ୍ତ୍ରୀ ଆ) ସମ୍ପାଦନା

୧. ଦେବତାଦିଙ୍କ ନାମୋଚ୍ଚାରଣ ପର୍ବକ ସ୍ତୁତିଗାନ; ସମ୍ୟକ୍ ପ୍ରକାରରେ ଦେବତାଙ୍କ ନାମ ଉଚ୍ଚାରଣ ପୂର୍ବକ ଗାନ —୧. Songs sung in praise of god or Deities; chanting of hymns or psalms.
୨. ଗୁଣାଦି— କଥନ; ପ୍ରଶଂସା କହିବା —୨. Praising; eulogising.
୩. ବର୍ଣ୍ଣନ —୩. Describing.
୪. ଉଚ୍ଚାରଣ —୪. Uttering.

ଦେଶଜ - ବିଶେଷ୍ୟ - ସମ୍ପାଦନା

ରାଧା, କୃଷ୍ଣ ଓ ଶ୍ରୀ ଚୈତନ୍ୟଙ୍କ ସମ୍ୱନ୍ଧୀୟ ଖୋଳ କରତାଳ ଓ ନୃତ୍ୟାଦି ସହିତ ଗୀତ ଗାନ — Songs in praise of Rādhā, Kṛushṇa and Ch&aline;i̱tanya sung in accompaniment of music.

[ଦ୍—ଭଗବାନ ଓ ଦେବତାଦିଙ୍କ ନାମସଂକୀର୍ତ୍ତନର ମାହାତ୍ମ୍ୟ ଭାଗବତ, ନାରଦ ପଞ୍ଚରାତ୍ର, ବୃହନ୍ନାରଦୀୟ ପୁରାଣାଦିରେ ବର୍ଣ୍ଣିତ ହୋଇଅଛି; କିନ୍ତୁ ଶ୍ରୀ ଚୈତନ୍ୟ ଦେବଙ୍କ ଅମଳରୁ ଖୋଳ କରାତଳ ସହିତ ବହୁ ଲୋକଙ୍କର ସମ୍ମିଳତ ଗାନ ଓ ବିଶେଷତଃ ଶ୍ରୀରାଧା— କୃଷ୍ଣ ସମ୍ୱନ୍ଧୀୟ ଗାନ ବା ସଂକୀର୍ତ୍ତନ ପ୍ରତି ବୈଷ୍ଣବମାନଙ୍କର ବିଶେଷ ଆଗ୍ରହ ଜନ୍ମିଅଛି ଚୈତନ୍ୟଦେବ ପ୍ରଚାର କଲେ ଯେ, କଳିଯୁଗରେ ହରିନାମ ସଂକୀର୍ତ୍ତନହିଁ ମୁକ୍ତିଲାଭାର୍ଥ ମନୁଷ୍ୟର ଏକମାତ୍ର ଅବଲମ୍ୱନ କୀର୍ତ୍ତନୀୟ ନାମ ଯଥା— "ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳଂ କଳୌ ନାସ୍ତୌବ ନାସ୍ତୌବ ନାସ୍ତୌବ ଗତିରନ୍ୟଥା " ଯେଉଁଠାରେ ନାମ ସଂକୀର୍ତ୍ତୃନ ହୁଏ, ତାହା ପ୍ରଧାନତମ ତୀର୍ଥ ଓ ସଂକୀର୍ତ୍ତନକାରୀ ବ୍ୟକ୍ତିଙ୍କ ପାଦରକ ଯେଉଁଠାରେ ପଡ଼େ, ସେ ସ୍ଥାନ ପବିତ୍ର ହୁଏ ଏହି କୀର୍ତ୍ତନଧ୍ୱନିରେ ପାପ ସବୁ ରାଜ୍ୟ ଛାଡି ପଳାନ୍ତି ଏବଂ ସଂକୀର୍ତ୍ତନଦ୍ୱାରା ଶ୍ରୋତା ଓ ଗାୟକଙ୍କର ଉପର ଓ ତଳର ସାତ ପୁରଷ ଉଦ୍ଦାର ପାଆନ୍ତି ଶାସ୍ତ୍ରରେ ମଧ୍ୟ ଅଛି ଯେ, ସତ୍ୟଯୁଗରେ ତୀର୍ଥ, କ୍ରେତାରେ ଯଜ୍ଞ, ଦ୍ୱାପରରେ ଦାନ ଓ କଳିରେ ନାମ ସଂକୀର୍ତ୍ତ ନହିଁ ଯୁଗଧର୍ମ ପୁଣି କଥିତ ଅଛି ଯେ, ଦନ, ବ୍ରତ, ତପସ୍ୟା, ଯଜ୍ଞ, ଏ ସମସ୍ତ ଅପେକ୍ଷା ସଂକୀର୍ତ୍ତନ ଅଧିକତର ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ଏବଂ ସଂକୀର୍ତ୍ତନ—ବିରହିତ ଦାନାଦି କାର୍ଯ୍ୟ ନିଷ୍ଫଳ ହୁଏ ଶ୍ରୀ ଚୈତନ୍ୟ ଦେବ ପ୍ରଧାନତଃ ଦୁଇଚାରୋଟି ପଦକୁ ଘୋଷି ଖୋଳ କରତାଳ ସାହାଯ୍ୟରେ ବହୁ ସହଚରଙ୍କ ସମଭିବ୍ୟାହାରରେ ସଂକୀର୍ତ୍ତନ କରୁଥିଲେ ପଦମାନ ଯଥା ===

୧. ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
୨. କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ପାହି ମାଂ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ରଷ ମାଂ
୩. କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପାହି ମାଂ ରାମ ରାଘବ ରାମ ରାଘବ ରାମ ରାଘବ ରକ୍ଷା ମାଂ ଭାଗବତବର୍ଣ୍ଣିତ ଶ୍ରୀକୃଷ୍ଣ ଓ ରାଧାଙ୍କର ଭିନ୍ନ ଭିନ୍ନ ଲୀଳା ଓ ଚରିତକୁ ମଧ୍ୟ ଶ୍ରୀଚୈତନ୍ୟଦେବ ସମୟ— ସମୟରେ ଗାନ କରୁଥିଲେ ପରେ ଚୈତନ୍ୟଙ୍କ ଭକ୍ତ— ମାନ ଓ ବିଶେଷତଃ ସ୍ୱର୍ଗୀୟ ଶ୍ରୀ ରାଧାରମଣ ଚରଣ ଦାସ
" (ଭଜ) ନିତାଇ ଗଉର ରାଧେ ଶ୍ୟାମ (ଜପ) ହରେ କୃଷ୍ଣ ହରେ ରାମ" ଏହି ପଦକୁ ସଂକୀର୍ତ୍ତନ କଲେ ଏବଂ ଏହାହିଁ ବର୍ତ୍ତମାନ କେତେ ବୈଷ୍ଣବଙ୍କର ସଂକୀର୍ତ୍ତିତ ପ୍ରଧାନ ପଦା ସଂକୀର୍ତ୍ତନରେ ଶ୍ରୀଚୌତନ୍ୟ ଦେବଙ୍କ ଜୀବନଚରିତ ମଧ୍ୟ ଗୀତ ହୁଏ 

ଚୈତନ୍ୟ ଦେବ ପୁରୀର ବହୁକାଳ ଅବସ୍ଥିତି କରି ଉତ୍କଳରେ ବୈଷ୍ଣବଧର୍ମର ବିଶିଷ୍ଟ ପ୍ରଚାରକ ହୋଇଥିଲେ ଓଡ଼ିଶାରେ କେବଳ ପୁରୀର ଶାସନୀ ବ୍ରହ୍ମଣମାନଙ୍କ ଛଡ଼ା ଅଉ ସବୁ ଜାତି ଶ୍ରୀଚୈତନ୍ୟ ଦେବଙ୍କ ପ୍ରବର୍ତ୍ତିତ ସଂକୀର୍ତ୍ତନକୁ ଗ୍ରହଣ କରିଅଛନ୍ତି ଏବଂ ଉତ୍କଳର ଗ୍ରାମେ ଗ୍ରାମେ ବଙ୍ଗଳା ଭାଷାର ସଂକୀର୍ତ୍ତନ (ବଙ୍ଗ ଭାଷା ଜାଣୁ ନ ଥିବା ଅଶିକ୍ଷିତ ଓଡ଼ିଶାଙ୍କ ମୁହଁରେ ବିକୃତ ରୂପ ଧାରଣ କରି ସୁଦ୍ଧ) ଏପର୍ଯ୍ୟନ୍ତ ଖୋଳ କରତାଳ ସାହାଯ୍ୟରେ ଗୀତ ହେଉଅଛି ଶ୍ରୀକୃଷ୍ଣ ଳୀଳା ଓ ଶ୍ରୀଚୈତନ୍ୟ ଲୀଳା ଏହି ସଂକୀର୍ତ୍ତନମାନଙ୍କ ବଷୟ ଦୋଳ ଦଶହରା ଆଦି ଜାନି ଯାତ୍ରାଦିରେ, ଦେବତାମାନଙ୍କ ଶୋଭାଯାତ୍ରାରେ ଓ ଦେବ ମେଳନରେ ଏକାଧିକ ସଂକୀର୍ତ୍ତନ ମଣ୍ଡଳ ଖୋଳ କରତାଳ ସହିତ ସଂକୀର୍ତ୍ତନ କରନ୍ତି ଏବଂ ଚୈତନ୍ୟଦେବଙ୍କ ଅମଳରୁ ଅଜିପର୍ଯ୍ୟନ୍ତ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷରେ ଟଣା ହେଉଥିବା ରଥମାନଙ୍କ ଆଗରେ ଉତ୍କଳୀୟ ଓ ବଙ୍ଗୀୟ ସଂକୀର୍ତ୍ତନମଣ୍ଡଳୀମାନେ ସଂକୀର୍ତ୍ତନ କରି କରି ଅଗ୍ରସର ହେଉଥାଆନ୍ତି ଓଡ଼ିଶାରେ ସଂକୀର୍ତ୍ତନ ବଙ୍ଗୀୟ କୀର୍ତ୍ତନର ମାଧୁରୀ ହରାଇ ପ୍ରାୟ ହାତେ ବ୍ୟାସବିଶିଷ୍ଟ ଝାଞ୍ଜ ଓ ଦୁଇ ହାତ ଲମ୍ୱର ମୃଦଙ୍ଗବାଦନଧ୍ୱନି ମିଶ୍ରିତ ହୋଇ ଅତି କର୍କଶ ହୋଇଅଛି ଯେଉଁଠାରେ ଶିକ୍ଷିତ ଦଳ ବଙ୍ଗୀୟ ସଂକୀର୍ତ୍ତନର ବାଦ୍ୟ (ଛୋଟ ମୃଦଙ୍ଗ ଓ ଛୋଟ ଝାଞ୍ଜ ବା କୁବଜି) ସାହାଯ୍ୟରେ ସଂକୀର୍ତ୍ତନ କରିବାକୁ ଶିଖି— ଅଛନ୍ତି, ତାହା ଶ୍ରୁତିମୁଧର; ନେଚତ୍ ଉତ୍କଳର ମଫସଲରେ ସଂକୀର୍ତ୍ତ ନର ଅର୍ଥ ୫ ୭:ଟି ମୃଦଙ୍ଗର ନିଧୁମା ବାଡିଆ ଓ ୧ ୧୨: ଯୋଡ଼ା ଝାଞ୍ଜର ଘୋର ଝଞ୍ଜାବାତ ସଦୃଶ ନାଦ ଏହି ମାଡ଼ର ଦାଉରେ ଅନେକ ସମୟରେ ମୃଦଙ୍ଗମାନ ଫାଟିଯାଏ, ଝାଞ୍ଜିମାନ ଦଦରା ହୁଏ ଓ ବକ୍ତାଙ୍କ କଣ୍ଠର ଦର୍ଦୁର ନିନାଦରେ ପାଏ ବାଟଯାକେ ଲୋକେ ଅସ୍ଥିର ହୋଇଉଠନ୍ତି ଓଡ଼ିଶାର ସଂକୀର୍ତ୍ତନରେ ଝାଞ୍ଜ ମୃଦଙ୍ଗ ବଜା ହୁଏ ନାହିଁ, ବାଡ଼ିଆ ହୁଏ ଓଡ଼ିଶାରେ ଠାକୁରମାନଙ୍କର ଓ ସଂକୀର୍ତ୍ତନଣ୍ଡଳୀମାନଙ୍କର 'ମେଳନ'ରେ ଭିନ୍ନ ଭିନ୍ନ ଗାୟକଙ୍କ ଗୀତର ମାଧୁରୀ ପରୀକ୍ଷା କରା ଯାଏ ନାହିଁ, କିନ୍ତୁ ମୃଦଙ୍ଗର ରୋଜଟ ଡାକ ଓ ମୃଦଙ୍ଗ ଏବଂ ଝାଞ୍ଜି ବାଡ଼ିଆରେ କେଉଁ ପଞ୍ଚା ଅନ୍ୟ ପଞ୍ଚାଙ୍କୁ ଟପିଗଲେ, ଏହାହିଁ ପରୀକ୍ଷା କରାଯାଏ

ସଂକୀର୍ତ୍ତନରେ ବ୍ୟବହୃତ ମୃଗଙ୍ଗକୁ 'ଖୋଳ' ଓ ଝାଞ୍ଜକୁ 'କରତାଳ' ବୋଲାଯାଏ ସଂକୀର୍ତ୍ତନ ଶେଷରେ ଖୋଳ କରତାଳକୁ ଭୋଗ ଓ ନୂତନ ବସ୍ତ୍ର ଅର୍ପିତ ହୋଇ ପୂଜା କରାଯାଏ ]