ଷାଠିୟା ଭାଗୀରଥି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଉତ୍କଳରେ ଅଧିବାସ କରିଥିବା ଜନୈକ ସ୍ୱର୍ଗୀୟ ମରହଟ୍ଟା ବ୍ରାହ୍ମଣ — Name of a late Marhatta Brahman domieiled in Orissa.

[ଦ୍ରଷ୍ଟବ୍ୟ —ଭାଗିରଥି ଷାଠିୟା ଓଡ଼ିଶାର ମହାରାଷ୍ଟ୍ରଶାସକ ସୁବାଦାର ଶିବଭଟ୍ଟ ଷାଠିୟା (ସାମନ୍ତରାଓ)ଙ୍କ ବଂଶଧର ଏହି ବଂଶର ପଞ୍ଚମ ପୁରୁଷରେ ସନ ୧୮୪୪: ଖ୍ରୀଷ୍ଟାବ୍ଦରେ ଏ ଜନ୍ମଗ୍ରହଣ କରିଥିଲେ ଏହାଙ୍କର ଅଢ଼େଇ ବର୍ଷ ବୟସ ସମୟରେ ଏହାଙ୍କ ପିତା ପଣ୍ଡିତ ରାମଚନ୍ଦ୍ର ଷାଠିୟା ସନ୍ନ୍ୟାସ ଧର୍ମପ୍ରତି ଆକୃଷ୍ଟ ହୋଇ ତାଙ୍କର କନିଷ୍ଠ, ଭ୍ରାତା ଓ ଏକମାତ୍ର ଶିଶୁ ପୁତ୍ର ଭାଗୀରଥିଙ୍କୁ ମହାରାଷ୍ଟ୍ରରାଜାଙ୍କ ପ୍ରଦତ୍ତ ପ୍ରଭୁତ ସମ୍ମତ୍ତିର ଅଧିକାରୀ କରି ଗୃହତ୍ୟାଗ କରିଥିଲେ ରାମଚନ୍ଦ୍ର ଷାଠିୟା ସାତଗୋଟି ଭାଷାରେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ ଏବଂ ତଦାନୀନ୍ତନ ବିଶେଷ ଆଦୃତ ଓ ପ୍ରଚଳିତ ଫାରସୀ ଓ ଆରବୀ ଭାଷାରେ ଅନେକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ଅତି ଶୈଶବରେ ହଠାତ୍ ଅଭିଭାବକଶୂନ୍ୟ ହେବାରୁ ଭାଗୀରଥିଙ୍କ ପାରିବାରିକ ଅବନତି ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷାର ପ୍ରତିବନ୍ଧକ ମଧ୍ୟ ଉପସ୍ଥିତ ହୋଇଥିଲା ଏକମାତ୍ର ଅଭିଭାବକ ବୃଦ୍ଧା ଖୁଡ଼ୀମାଆଙ୍କ ଯତ୍ନରେସଂସ୍କୃତ - ତଦାନୀନ୍ତନ ପ୍ରତିଷ୍ଠିତ କଟକର ବଙ୍ଗଳା ସ୍କୁଲରେ ମଧ୍ୟଭର୍ଣ୍ଣାକ୍ୟୁଲାଭ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଅଳ୍ପକାଳ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନର ସୁଯୋଗ ପାଇବା ପରେ କଲିକତାରେ ଡାକ୍ତରୀ ପଢ଼ିବା ନିମନ୍ତେ ଏ ଗୋଟିଏ ବୃତ୍ତି ପାଇଥିଲେ, କିନ୍ତୁ ସେ ସମୟରେ କଲିକତା ଯିବା କଷ୍ଟସାଧ୍ୟ ଓ ବ୍ୟୟସାପେକ୍ଷ ଥିବାରୁ ଅଗତ୍ୟା ସେ ଏ ସଂକଳ୍ପ ତ୍ୟାଗ କରି କଟକରେ ସରକାରୀ ଚାକିରି ଅନ୍ୱେଷଣରେ ପ୍ରବୃତ୍ତ ହୋଇଥିଲେ ତାଙ୍କ ପିତାଙ୍କର ପ୍ରିୟ ବାଲ୍ୟ ବନ୍ଧୁ ଓ ପ୍ରତିବେଶୀ ଡେପୁଟୀ ମାଜିଷ୍ଟ୍ରେଟ ସ୍ୱର୍ଗତ ଜଗମୋହନ ରାୟ ତାଙ୍କ ଅବସ୍ଥାର ପରିଚୟ ପାଇ କଟକ କଲେକ୍ଟରୀ ଅଫିସରେ ତାଙ୍କୁ ଖଣ୍ଡିଏ କିରାଣୀ କାର୍ଯ୍ୟରେ ରଖାଇ ଦେଇଥିଲେ ସେ ଛଅ ସାତ ବର୍ଷକାଳ କାର୍ଯ୍ୟ ମଧ୍ୟରେ ଡିଷ୍ଟିଲାରୀ (ମଦଭାଟି) କିରାଣୀ ଓ ବେଞ୍ଚ ପେସ୍କାର ପ୍ରଭୃତି ସରକାରୀ କାର୍ଯ୍ୟ ଦକ୍ଷତାସହ ସମ୍ପାଦନକରି ଉପରିସ୍ଥ ହାକିମମାନଙ୍କର ପ୍ରଶଂସାଭାଜନ ହୋଇଥିଲେ

ଏହି ସମୟରେ ଓଡ଼ିଆ ଭାଷାର ଉଦ୍ଧାରକଳ୍ପେ ୧୮୬୬: ଖ୍ରୀଷ୍ଟାବ୍ଦରେ କଟକ ପ୍ରିଣ୍ଟିଙ୍ଗ୍କମ୍ପାନୀ ପ୍ରତିଷ୍ଠା ପାଇଁ ଜଗମୋହନ, ଗୌରୀଶଙ୍କର ପ୍ରଭୃତି ଉତ୍କଳହିତୈଷୀ ମନୀଷିବର୍ଗ ପ୍ରାଣପଣ ଉଦ୍ୟମ କରୁଥିଲେ ପ୍ରେସ୍ ପାଇଁ ଜଣେ ସତ୍, ପରିଶ୍ରମୀ, ସାହିତ୍ୟଜ୍ଞ ଓ ସୂଢ଼ଳ ଲିପିକାର ନିତାନ୍ତ ଲୋଡ଼ା ହେବାରୁ ଜଗମୋହନ ରାୟ [କମ୍ପାନୀର ଅଂଶୀଦାର] ଭାଗୀରଥିଙ୍କୁ ସେହି କାର୍ଯ୍ୟ ପାଇଁ ଉପଯୁକ୍ତ ବିବେଚନା କରି କଟକ ପ୍ରିଣ୍ଟିଙ୍ଗ୍କମ୍ପାନୀରେ ନିଯୁକ୍ତ କରାଇଲେ

ସେ କାଳରେ ମୁଦ୍ରଣ କାର୍ଯ୍ୟ ପାଇଁ ସୀସା ଅକ୍ଷର (Type) ବ୍ୟବହାରର ପ୍ରଚଳନ ହୋଇ ନ ଥିଲା ଖଣ୍ଡିଏ ପ୍ରସ୍ତରଫଳକ ଉପରେ ଅକ୍ଷର ଲେଖି ତହିଁ ଉପରେ କାଳି ମଡ଼ାଇ ଛାପା କାର୍ଯ୍ୟ (Lithography) ହେଉଥିଲା ଭାଗୀରଥିଙ୍କର ହସ୍ତଲିପି ସୁନ୍ଦର ସ୍ପଷ୍ଟ ଓ ସୁଢଳ ଥିବାରୁ ତାଙ୍କ ହାତଲେଖାଦ୍ୱାରା ଓଡ଼ିଆ ପୁସ୍ତକ, ପଞ୍ଜିକା ପ୍ରଭୃତି ଛପା ହେଉଥିଲା ଉକ୍ତ ହସ୍ତଲିପିର ନିଦର୍ଶନସ୍ୱରୂପ ପ୍ରଣ୍ଟିଙ୍ଗ୍କମ୍ପାନୀକର୍ତ୍ତକ ପ୍ରକାଶିତ ପୁରାତନ ପଞ୍ଜିକାରପ୍ରତିକୃତି ଏ ସନ୍ଦର୍ଭ ତଳେ ପ୍ରକାଶ କରାଗଲା କ୍ରମେ ସୀସା ଅକ୍ଷର ପ୍ରଚଳିତ ହେବାରୁ ସେ ଏହି କଠିନ କାର୍ଯ୍ୟରୁ ଅବ୍ୟାହତି ପାଇ ନିଜର କାର୍ଯ୍ୟଦକ୍ଷତା ଓ ନ୍ୟାୟପରାୟଣତା ଯୋଗୁଁ କମ୍ପାନୀର କାର୍ଯ୍ୟରେ କ୍ରମୋନ୍ନିତ ଲାଭକରି ପ୍ରିଣ୍ଟର୍ କାର୍ଯ୍ୟ ପାଇଥିଲେ ଓ ଏକାଦିକ୍ରମେ ଉକ୍ତ କମ୍ପାନୀରେ ଅଣଞ୍ଚାଶ ବର୍ଷ କାର୍ଯ୍ୟ କରିଥିଲେ ଏ କମ୍ପାନୀର ବ୍ୟୟରେ ସାମୟିକ କଲିକତା ଯାଇ ଗଭର୍ଣ୍ଣମେଣ୍ଟ ପ୍ରିଣ୍ଟିଙ୍ଗ୍ ବାର୍କ୍ସରେ ନୂତନ ପ୍ରଣାଳୀର ଛପା କାର୍ଯ୍ୟମାନ ଶିଖିଆସି କର୍ମଚାରୀ— ମାନଙ୍କୁ ଶିକ୍ଷା ଦେଉଥିଲେ ଓ କମ୍ପାନୀର କାର୍ଯ୍ୟକୁ ସମୟୋ— ପଯୋଗୀ ଓ ଲାଭଜନକ କରାଉଥିଲେ

ସେ ଅବସର ସମୟରେ ସାହିତ୍ୟ ଚର୍ଚ୍ଚା ସହିତ ବିବିଧ ଶିଳ୍ପ କାର୍ଯ୍ୟରେ ମଧ୍ୟ ବ୍ୟାପୃତ ରହୁଥିଲେ ନାନାବିଧ ଶିଳ୍ପ ବିଷୟକ କାର୍ଯ୍ୟ ସେ ନିଜେ ଶିକ୍ଷା କରି କଟକର ଶିଳ୍ପୀ ଓ କାରିଗରମାନଙ୍କୁ ଶିଖାଉଥିଲେ ତନ୍ମଧ୍ୟରୁ କେତୋଟି ମାତ୍ର ଏଠାରେ ଉଲ୍ଲେଖ କରାଗଲା; ଯଥା— ବହି ବାନ୍ଧିବା, ରବର ଷ୍ଟାମ୍ପ୍ ପ୍ରସ୍ତୁତ କରିବା, ସୀସାଟାଇପ୍. (ଅକ୍ଷର) ପ୍ରସ୍ତୁତ ହେବାପାଇଁ ଛାଞ୍ଚ (Mould) କରିବା, ଲୁଗା ଛାପିବା, ସିଲାଇ ମେସିନ୍ ଆଣି ଦର୍ଯୀମାନଙ୍କୁ ମେସିନ୍—ଦ୍ୱାରା ସିଲାଇ ଶିଖାଇବା, ଘଡ଼ି ମରାମତି, ହାଫ୍ଟୋନ୍ ବ୍ଲକ୍, ପ୍ରୋସେସ୍, କାଠ, ଲୁହା, ସୁନା, ରୂପା ପ୍ରଭୃତି ଧାତୁରେ ନାନା କାରୁକାର୍ଯ୍ୟ, Electro plating (ପୁଟଦିଆ) ଓ guilding (ଗଲ୍ତି କରିବା) ପ୍ରଭୃତି କାର୍ଯ୍ୟ ନିଜର ଅଦମ୍ୟ ଅଧ୍ୟବସାୟଦ୍ୱାରା ଶିକ୍ଷା କରି ଅନ୍ୟ ଲୋକମାନଙ୍କୁ ସେ ଶିକ୍ଷା ଦେଉଥିଲେ

ଉପର୍ଯ୍ୟୁକ୍ତ କାର୍ଯ୍ୟମାନ ଅଧୁନା ଅତି ପ୍ରଚଳିତ ହେଲେ ମଧ୍ୟ ଭାଗୀରଥି କଟକରେ ପ୍ରଥମେ ତହିଁର ଅଙ୍କୁର ରୋପଣ କରି— ଥିଲେ ସେ ସୁଦୂର ପଲ୍ଲୀ ଗ୍ରାମମାନଙ୍କରୁ ସାହିତ୍ୟ, ପୁରାଣ ଓ ଅନ୍ୟାନ୍ୟ ବହୁମୂଲ୍ୟ ଓଡ଼ିଆ ପୋଥିମାନ ସଂଗ୍ରହ କରି ପ୍ରକାଶିତ କରାଇଥିଲେ ସେ ନିଜେ ମଧ୍ୟ ଅନେକ ଗ୍ରନ୍ଥ ରଚନା କରି ଯାଇଥିଲେ ବସ୍ତୁତଃ କହିବାକୁ ଗଲେ ଭାଗୀରଥି ପ୍ରମୁଖ କେତେଜଣ ଉଦ୍ଯୋଗୀ ବ୍ୟକ୍ତିଙ୍କର ସେ ସମୟରେ ଆବିର୍ଭାବ ହୋଇ ନ ଥିଲେ ଉତ୍କଳ ସାହିତ୍ୟ ଭଣ୍ଡାରରୁ ଅନେକ ବହୁମୂଲ୍ୟ ଗ୍ରନ୍ଥ ଲୋପ ପାଇ ଯାଇଥାଆନ୍ତା 'ଉତ୍କଳ ସାହିତ୍ୟ'ର ସୁଯୋଗ୍ୟ ସମ୍ପାଦକ ବିଶ୍ୱନାଥ କର ତାଙ୍କର ବିଭିନ୍ନମୁଖୀ ପ୍ରତିଭା ଓ ସତ୍ୟ— ନିଷ୍ଠା ସହିତ ବିଶେଷ ଭାବରେ ସଂପୃକ୍ତ ଥିଲେ ସେ ଭାଗୀରଥିଙ୍କ ବିଷୟରେ ମନ୍ତବ୍ୟ ପ୍ରକାଶ କରି ଲେଖିଥିଲେ "Babu Bhagirathi Sathia in one of the pioneers in the field of Modern Oriya Literature" ଭାଗୀରଥି ନିଜେ ନୀରବ ସାଧକ ଥିଲେ; ଯଶୋଲିପ୍ସା ତାଙ୍କର ନ ଥିଲା ବଙ୍ଗଳା ଭାଷାର କବଳରୁ ଓଡ଼ିଆ ଭାଷାର ଉଦ୍ଧାର ସାଧନ ପାଇଁ ସେ ସମୟରେ ଉତ୍କଳରେ ଯେଉଁ ତୁମୂଳ ସଂଗ୍ରାମର ସୂତ୍ରପାତ ହୋଇଥିଲା ସେଥିରେ ସେ ଜଣେ ନିର୍ଭୀକ ବୀର ପୁରୁଷ ସଦୃଶ କର୍ତ୍ତବ୍ୟ ସାଧନ କରି ମାତୃ ଭାଷାର ମର୍ଯ୍ୟଦା ରକ୍ଷା କରିଥିଲେ ଭଞ୍ଜ— ସାହିତ୍ୟଠାରୁ ଆରମ୍ଭ କରି କ୍ଷୁଦ୍ର ଚୌତିଶା, ଢଗତମାଳି ପ୍ରଭୃତି ପୁସ୍ତକ (ଯାହାକି ଆଜିକାଲି ସର୍ବତ୍ର ପ୍ରଚୁର ପରି— ମାଣରେ ଦେଖାଯାଏ ତାହା) ଭାଗୀରଥି ଓ ତଦୀୟ କତିପୟ ବନ୍ଧୁ ଓ ପୃଷ୍ଠପୋଷକଙ୍କ ଉଦ୍ୟମରେ ପ୍ରଥମ ବିକାଶ ଲାଭ କରିଥିଲା ସେ ପ୍ରିଣ୍ଟିଙ୍ଗ୍କମ୍ପାନୀଙ୍କର କାର୍ଯ୍ୟରୁ ଅବସର ନେବା ପରେ ୧୯୨୨: ମସିହା ମାଘ (ତ୍ରିବେଣୀ) ଅମାବାସ୍ୟା ଦିନ ପରଲୋକ ଗମନ କରିଥିଲେ ବର୍ତ୍ତମାନ ତାଙ୍କର ବୃହତ୍ ପରିବାର କଟକସ୍ଥ ଆଲମଚାନ୍ଦ ବଜାରରେ ବାସ କରୁଅଛନ୍ତି 

ସନ୍ଦର୍ଭ ଲେଖକ ଶ୍ରୀ ନାରାୟଣ ପ୍ରସାଦ ଷାଠିୟା. ବିଶେଷ୍ୟ - ଏ

ଏହି ପରିବାରର ଶ୍ରୀ ଶ୍ୟାମସୁନ୍ଦର ଷାଠିୟା, ବେଦାନ୍ତ— ଭୂଷଣ, କବିରାଜୀ, ଜ୍ୟୋତିଷ ଓ ଫଟୋଗ୍ରାଫୀରେ ଧୁରନ୍ଧର ଅଟନ୍ତି, ବାବୁ ନାରାୟଣ ପ୍ରସାଦ ଷାଠିୟା ବିଶେଷ୍ୟ - ଏ., ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସରେ କାର୍ଯ୍ୟ କରନ୍ତି ଓ ଡାକ୍ତର କୃଷ୍ଣଚନ୍ଦ୍ର ଷାଠିୟା ଓ ଡ଼ାକ୍ତର କୈଳାସଚନ୍ଦ୍ର ରାଓ ସରକାରୀ ସବ୍ ଆସିଷ୍ଟାଣ୍ଟ ସର୍ଜନ ଅଟନ୍ତି ଶ୍ରୀ ବସନ୍ତକୁମାର ଷାଠିୟା ଓ ହରୁଶ୍ଚନ୍ଦ୍ର ଷାଠିୟା କଟକ ମ୍ୟୁନିସିପାଲିଟିରେ କାର୍ଯ୍ୟ କରନ୍ତି]

ଷାଠିଏ ବର୍ଷ ତଳର କଟକରେ ଓଡ଼ିଆ ପଥର ଛାପାର ନମୁନା