ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ବୃଷ
  • ସ୍ଵାଧିନ ବୃଷ; ଯେଉଁ ବୃଷଭକୁ ଲୋକେ ଶିବଙ୍କୁ ଉତ୍ସର୍ଗକରି ଛାଡି ଦେଇଥାଆନ୍ତି
  • ନପୁଂସକ; କ୍ଳୀବ
  • ଷଣ୍ଢପରି ଯେ ପରିଶ୍ରମ ନ କରି ସବୁଆଡେ ଅବାଧଗତି ହୋଇ ବୁଲିକରି ଖାଏ
  • ବହୁ ନାରୀଙ୍କ ମଧ୍ୟରେ ଏକମାତ୍ର ନାୟକ ରୂପେ ବିରାଜିତ ପୁରୁଷ
  • ବାତୋପତାପିତ ଯୋନିରେ ଉତ୍ପନ୍ନ ନରଦ୍ଵେଷିଣୀ ସ୍ତନରହିବା ସ୍ତ୍ରୀ; କ୍ଳୀବ ବିଶେଷ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ବୀର
  • କୁଜଙ୍ଗ ରାଜ ବଂଶର ଉପାଧି

ବିଶେଷଣ (ଦେଶଜ) ସମ୍ପାଦନା

  • ଶ୍ରେଷ୍ଠଷଣ୍ଢ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଣ୍ଢକ—ଅନ୍ୟରୂପ)

=== ସଂସ୍କୃତ - ବି—(ସଂସ୍କୃତ - ଷଣ୍ ଧାତୁ+କର୍ତ୍ତୃ. ଢ)

୧. ବୃକ୍ଷ —୧. Bull.
୨. ସ୍ୱାଧୀନ ବୃଷ; ଯେଉଁ ବୃଷଭକୁ ଲୋକେ ଶିବଙ୍କୁ ଉତ୍ସର୍ଗକରି ଛାଡି ଦେଇଥାଆନ୍ତି —୨. A bull dedicated to Ṡiba and set free to roam wherever he likes,

[ଉ—ଗାଈ ସହଦେବଙ୍କର, ଷଣ୍ଢ ମହାଦେବଙ୍କର; ବଳଦ ବାପୁଡା କାହାର ନୁହେଁ— ଢଗ]

୩. (ସନ୍ଧାତୁ=ସେବା କରିବା+କର୍ତ୍ତୃ. ଢ଼) ନପୁଂସକ; କ୍ଲୀବ —୩. a euncch; an impotent person.

[ଦ୍ରଷ୍ଟବ୍ୟ —କ୍ଲୀବଙ୍କୁ ଛୁଇଁଲେ ପ୍ରାୟଶ୍ଚିତ୍ତ କରିବା ବିଧି ଶାସ୍ତ୍ରରେ ଅଛି ସ୍ମୃତ୍ୟାଦି ଶାସ୍ତ୍ରରେ ୧୪: ପ୍ରକାର, ମତାନ୍ତରେ ୨ ପ୍ରକାର, ଷଣ୍ଢଙ୍କର ନାମ ଉଲ୍ଲେଖ ଅଛି ଯଥା— ନିସର୍ଗ ଷଣ୍ଢ—ଜନ୍ମରୁ ନପୁଂସକ ବା ଅଣ୍ଡହୀନ ବଦ୍ଧ ଷଣ୍ଢ—ଗଳିତାଣ୍ଡ ବା ଅଣ୍ଡଭ୍ରଷ୍ଟ ନପୁଂସକ ପକ୍ଷ ଷଣ୍ଢ—ପକ୍ଷାନ୍ତରେ (ରମଣଶକ୍ତି ଲାଭ କରିବା ବ୍ୟକ୍ତି କୀଳକ ଷଣ୍ଢ—ଯେ କ୍ଲୀରତ୍ନ ଯୋଗୁଁ ଆପଣା ସ୍ତ୍ରୀକୁ ଅନ୍ୟ ବ୍ୟକ୍ତିଠାରେ ନିୟୋଗ କରି ପରେ ସ୍ତ୍ରୀ ସେବା କରେ ଶାପାଦିଷଣ୍ଢ—ଗୁରୁଜନଙ୍କ ଶାପ ଫଳରୁ କ୍ଲୀବତା ପ୍ରାପ୍ତ ବ୍ୟକ୍ତି


ରତିସ୍ତବଧ ଷଣ୍ଢ—ସ୍ତମ୍ଭିତରେତାଃ; ଯାହାର ଆଦୌ ରେଚଃ ପତନ ହୁଏ ନାହିଁ

ଈଷିକ ଷଣ୍ଢ—ଅନ୍ୟ ବ୍ୟକ୍ତିର ରତିକ୍ରିୟା ଦେଖିଲେ ଯାହାର କାମପ୍ରବୃତ୍ତିର ଉଦ୍ରେକ ହୁଏ

ସେବ୍ୟକ ଷଣ୍ଢ—ବହୁସ୍ତ୍ରୀ ସମ୍ଭୋଗ ଜନିତ ଧ୍ୱଜଭଙ୍ଗ ରୋଗଗ୍ରସ୍ତ ବ୍ୟକ୍ତି

ଆକ୍ଷିପ୍ତ ଷଣ୍ଢ—ମୈଥୁନ ଧର୍ମାବସ୍ଥାନକାଳରେ ସ୍ତ୍ରୀର ରଜଃ— ସ୍ରାବ ପୂର୍ବରୁ ଯାହାର ରେତଃ ସ୍ଫଳିତ ହୁଏ

ମୋଘବୀଜ ଷଣ୍ଢ, ଶାଳୀନ ଷଣ୍ଢ—ଧୃଷ୍ଟା ବା ଅସତୀ ସ୍ତ୍ରୀ ସନ୍ନିଧାନରେ ପତିତଧ୍ୱଜ ବ୍ୟକ୍ତି, ବା ଯାହାର ରେତଃପାତ ହୁଏ

ଅନ୍ୟାପତି ଷଣ୍ଢ—ସ୍ୱ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀଠାରେ ଯାହାର ପୁଂସ୍ତ୍ୱର ଉଦ୍ରେକ ହୁଏ

ମୁଖେଭଗ ଷଣ୍ଢ—ସ୍ତ୍ରୀର ବା ପୁରୁଷର ମୁଖ ବିବରରେ ଗ୍ରାମ୍ୟଧର୍ମ ସମ୍ପାଦନକାରୀ ବ୍ୟକ୍ତି

ବାତରେତାଃ ଷଣ୍ଢ—ରେତଃପାତ ସମୟରେ ଯାହାର ଲିଙ୍ଗ ବାଟେ ରେତଃ ସଙ୍ଗେ ବାତ ବା ବାୟୁ ନିର୍ଗତ ହୁଏ କୁମ୍ଭୀକ ଷଣ୍ଢ—ନରର ବା ନାରୀର ହସ୍ତଦ୍ୱାରା ମୈଥୁନରେ ଅଭ୍ୟସ୍ତ ବ୍ୟକ୍ତି

ପଣ୍ଡଷଣ୍ଢ—ଯାହାର ମୈତ୍ର କୌଣସିରୂପେ ବିକୃତି ପ୍ରାପ୍ତ ନ ହୋଇ ସୁଦ୍ଧା ଯେ ପୁଂସ୍ତ୍ୱହୀନ

ନଷ୍ଟକ ବା ନଷ୍ଟ ଷଣ୍ଢ—ରୋଗାଦି ଯୋଗୁଁ ଯାହାର ଧ୍ୱଜୋଚ୍ଛ୍ରାୟ ହୁଏ ନାହିଁ

ଆସେବ୍ୟ ଷଣ୍ଢ—ଧ୍ୱଜୋଚ୍ଛ୍ରାୟ ହେବା ସଙ୍ଗେ ସଙ୍ଗେ ଯାହାର ରେତାସ୍ଖଳନ ଘଟେ

ସୁଗନ୍ଧିକ ଷଣ୍ଢ—ଯୋନିର ବା ସେଫର ଗନ୍ଧ ଆଘ୍ରାଣ କଲେ ଯେ ରତି ଶକ୍ତି ଲାଭ କରେ

ସ୍ତ୍ରୀ ଧର୍ମ୍ୟ ଷଣ୍ଢ—ସ୍ତ୍ରୀ ତୁଲ୍ୟ ବାକ୍ଚେଷ୍ଟ (ମାଇଚିଆ) ଛିନ୍ନ ଲିଙ୍ଗକ ଷଣ୍ଢ—ଯାହାର ଲିଙ୍ଗକୁ ଛେଦନ କରାଯାଇ ତାକୁ ରମଣାସମର୍ଥ କରାଯାଇ ଥାଏ]

୪. (ଲକ୍ଷଣାର୍ଥ) ଷଣ୍ଢପରି ଯେ ପରିଶ୍ରମ ନ କରି ସବୁଆଡେ ଅବାଧଗତି ହୋଇ ବୁଲିକରି ଖାଏ —୪. (figurative) A person who idles away his time and feeds on others (like a bull set at large).
୫. (ଲକ୍ଷଣାର୍ଥ) ବହୁ ନାରୀଙ୍କ ମଧରେ ଏକମାତ୍ର ନାୟକ ରୂପେ ବିରାଜିତ ପୁରୁଷ —୫. (figurative) A male or husband of many women.

[ଉ—ତାରା ଗୋଷ୍ଠେ ଷଣ୍ଢ ଅଖଣ୍ଡ ଚନ୍ଦ୍ରମା ସୁରଧୁନୀ ପୁଣ୍ଡରୀକ ରାଧାନାଥ—ଯଯାତି]

[ଦ୍ରଷ୍ଟବ୍ୟ —ଆମ ଦେଶରେ ହଳ ଓ ଶକଟାଦି ଟାଣିବା ପାଇଁ ବାଛୁରୀମାନଙ୍କର ମୁଷ୍କ ଛେଦନ କରି ସେମାନଙ୍କୁ ବଳଦ କରନ୍ତି ପହ୍ଲେ ଗାଈଙ୍କ ପାଇଁ କିମ୍ୱା ଗୋଟିଏ ଗ୍ରାମର ବା ଗୋଟିଏ ଅଞ୍ଚଳର ଶତଶତ ଗାଇଙ୍କ ପାଇଁ ଗୋଟିଏ ମାତ୍ର ଷଣ୍ଢ ସାଧାରଣ ସମ୍ପତ୍ତି ହୋଇ ରଖାଯାଇଥାଏ ଓ ସେ ଅବାଧଗତି ହୋଇ ଚାରିଆଡେ ବୁଲି ଖାଉଥାଏ; ସେ ଅଞ୍ଚଳର ଗାଈମାନେ ବତର ପଡିଲେ (ଋତୁମତୀ ହେଲେ) ସେହି ଏକ ମାତ୍ର ଷଣ୍ଢଦ୍ୱାରା ଗୋ ଜାତିର ବଂଶ ରକ୍ଷା ହୁଏ ଏହି ଅର୍ଥରୁ ଏହି ବ୍ୟବହାର ]

୬. ବାତୋପତାପିତ ଯୋନିରେ ଉତ୍ପନ୍ନ ନରଦ୍ୱେଷିଣୀ ସ୍ତନରହିତା ସ୍ତ୍ରୀ; କ୍ଲୀବ ବିଶେଷ (ଦିଶ୍ୱକୋଷ) —୬. A hermaphrodite woman.

[ଦ୍ରଷ୍ଟବ୍ୟ —ଏମାନେ ମୈଥୁନ ଧର୍ମର ଅନୁପଯୁକ୍ତା—ବିଶ୍ୱକୋଷ]

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବୀର — ୧. A hero; a valiant person.

[ଉ—ସେ ଦୁଇ ଷଣ୍ଢ କଲେ ରଣ, କ୍ଷତ୍ରି ଅଟନ୍ତି ତିନି କଣ ବିଶ୍ୱନାଥ—ବିଚିତ୍ର ରାମାୟଣ]

୨. (ଓଡ଼ିଶାର ଅଧୁନା ଲୁପ୍ତପ୍ରାୟ)କୁଜଙ୍ଗ ରାଜ ବଂଶର ଉପାଧି — ୨. The family-tile of the Kujaṅga Rāj family (now almost extinct).

[ଉ—ରାଜା ହେଲ ବାଇ କି? କଳିଙ୍ଗା ଗାଈ ବତର ପଡିଲେ କୁଜଙ୍ଗ ଷଣ୍ଢକୁ ପାଇ କି? ଢଗ]

ଦେଶଜ - ବିଶେଷଣ - ସମ୍ପାଦନା

ଶ୍ରେଷ୍ଠ —Best.

[ଉ—ପର୍ବେ ଯେ ଥିଲେ ମାରକଣ୍ଡ ମୁନି କୁଳରେ ଆଦି ଷଣ୍ଢ ପ୍ରାଚୀ—ନିର୍ଗୁଣ ମାହାତ୍ମ୍ୟ]