ଷଡ଼ଶୀତି ଚକ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)— ମିଥୁନ, କନ୍ୟା ମୀନ ଓ ଧନୁ ରାଶିରେ ରବିଙ୍କର ଅବସ୍ଥିତି ସମ୍ପାଦନା

କାଳୀନ ଶୁଭାଶୁଭଫଳଜ୍ଞାନାର୍ଥ ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କର ଅବସ୍ଥିତିସୂଚକ ଚକ୍ର ବା ସଂକ୍ରାନ୍ତିପୁରୁଷ —(astrology) The astrological circle or figure drawn in the ୪ Shaṟḍ̠aṡīti saṁkrāntis showing the position of each of the asterisms on different parts of it indicating good or bad results.

[ଦ୍ରଷ୍ଟବ୍ୟ —ଏହି ଚକ୍ର ବା ସଂକ୍ରାନ୍ତି ପୁରୁଷର ଭିନ୍ନ ଭିନ୍ନ ଅଙ୍ଗରେ (ଅର୍ଥାତ ମୁଖ, କର, ପାଦ, କ୍ରୋଡ, ନେତ୍ର, ମସ୍ତକ ଓ ଗୃହ୍ୟାଦିରେ) ନିର୍ଦ୍ଦିଷ୍ଟ ନକ୍ଷତ୍ରମାନଙ୍କୁ ଖଞିଦେଇ ତଦନୁସାରେ ଶୁଭାଶୁଭ ଫଳ ବୁଝାଯାଏ ଗୋଟିଏ ନବରୂପ (ସଂକ୍ରାନ୍ତିପୁରୁଷ) ଅଙ୍କନ କରି ତାହାର ଅଙ୍ଗବିଶେଷରେ ନକ୍ଷତ୍ରମାନଙ୍କ ବିନ୍ୟସ୍ତ କରାଯାଏ ସୂର୍ଯ୍ୟ ଯେଉଁ ନକ୍ଷତ୍ରକେ ଅବସ୍ଥିତ ହୋଇ ସଂକ୍ରମିତ ହୁଅନ୍ତି ସେହି ନକ୍ଷତ୍ରରୁ ଆରମ୍ଭ କରି ଏ ନରଚିତ୍ରର ଯଥାକ୍ରମେ ମୁଖରେ ୧,ଦକ୍ଷିଣ ହସ୍ତରେ ୪, ଦକ୍ଷିଣ ପାଦରେ ୨,ବାମ ପାଦରେ ୨ ହୃଦୟ ବା କ୍ରୋଡରେ ୫, ବାମ ହସ୍ତରେ ୪, ବାମ ନେତ୍ରରେ ୨, ଦକ୍ଷିଣ ନେତ୍ରରେ ୨, ମସ୍ତକରେ ୩, ଗୃହ୍ୟରେ ୨ଟି ନକ୍ଷତ୍ର ବସାଇବାକୁ ହୁଏ ଯେଉଁ ବ୍ୟକ୍ତିର ମନ୍ତ୍ର ନକ୍ଷତ୍ର ଉକ୍ତ ନରଚିତ୍ରର ଯେଉଁ ଅଙ୍ଗରେ ନ୍ୟସ୍ତ ହେବାର ଦେଖାଯାଏ, ସେ ବ୍ୟକ୍ତିର ନିମ୍ନଲିଖିତମତେ ଆବାସୀସୌର ମାସରେ ଶୁଭାଶୁଭ ଘଟେ— ମୁଖରେ ଦୁଃଖ, ଦକ୍ଷିଣ ହସ୍ତରେ ଲାଭ, ପାଦଦ୍ୱୟରେ ଭ୍ରମଣ, ହୃଦୟ ବା କ୍ରୋଡରେ କାନ୍ତାଲାଭ, ବାମହସ୍ତେ ବନ୍ଧନ; ନେତ୍ରଦ୍ୱୟରେ ସମ୍ମାନ, ମସ୍ତକରେ ଅପମାନ, ଗୃହ୍ୟରେ ମୃତ୍ୟୁ ଯଦି କାହାର ସଂକ୍ରାନ୍ତିର ଫଳ ଅଶୁଭ ହୁଏ, ତାହାହେଲେ କନକିଧସ୍ତୂର ବୀଜ ଓ ସର୍ବୋଷଧି ଜଳେ ସ୍ନାନ ଓ ବିଷ୍ଣୁ ମନ୍ତ୍ର ଜପ କଲେ ଶୁଭ ଫଳ ହୁଏ— (ବିଶ୍ୱକୋଷ)]