ଷଠି ବାଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଷଠି ଓଷା ବା ଭାଦ୍ର ଶୁକ୍ଳଷଷ୍ଠୀ ଦିନ ବାଳକ— ବାଳିକାମାନଙ୍କର ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନଙ୍କଦ୍ୱାରା ସାରୂନଡ଼ା, ଧାନକେଣ୍ଡା, ବଜ୍ରମଳୀ, ବାଉଁଶ ପତ୍ର ଏକତ୍ର ବନ୍ଧା ହୋଇ ଥିବା ଗୋଛାରେ ଆଘାତ କରିବାରୂପ କାର୍ଯ୍ୟ —The ceremony of patting on the backs of boys and girls in the 'Shaṭhi oshā' day with a sheaf of paddy and other plants to protect them from evil.

[ଦ୍ରଷ୍ଟବ୍ୟ —ଏହି ସମୟରେ ଆଘାତ କରୁଥିବା ଲୋକର ବୋଲିବା ପଦ ଯଥା— ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା ଜୀଁ ଜୀଁ—ବଜ୍ର ହୋ ! ବଜ୍ର ହୋ ! ଷଠି ଦୁଚ୍ଛେଈଙ୍କ ପୂଜା ବାକ୍ୟ— ଯୟା ଭାଦ୍ରସ୍ୟ ଶୁକ୍ଳାୟାଂ ଷଷ୍ଠ୍ୟାଂଷଷ୍ଠୀ ପ୍ରପୂଜିତା ଜୀବତ୍ପୁତ୍ରାଚ ସୋଭାଗ୍ୟ—ଧନଧାନ୍ୟତା ଭବେତ୍ ପ୍ରାର୍ଥନା— ଷଷ୍ଠୀ ଦେବୀ ନମସ୍ତୁଭ୍ୟଂ ସୂତିକାଗୃହ ଶାୟିନି ପୂଜିତା ପରୟା ଭକ୍ତ୍ୟା ଦୀର୍ଘମାୟୁଃ ପ୍ରଯଚ୍ଛମେ ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟୀ ଷଷ୍ଠୀ, ଅତଏବ ପିଲାଙ୍କ ପିଠିରେ ଆଘାତ କରାଯିବା ରୀତିର ପୌରାଣିକ ଭିତ୍ତି ଥିବା ଅନୁମିତ ହୁଏ]