ଷଠି ଓଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଷଷ୍ଠୀ ଓ ଉତ୍ସବ) ସମ୍ପାଦନା

ଭାଦ୍ର ଶୁକ୍ଳ ଷଷ୍ଠୀତିଥିରେ ହେଉଥିବା ଷଷ୍ଠୀ ଦେବୀଙ୍କ ପୂଜା —The worship of Shashṭhī debī on the ୬th of the bright fortnight of Bhādraba.

[ଦ୍ରଷ୍ଟବ୍ୟ —ଏ ଦିନ ଶିଶୁମାନଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ବଜ୍ରମୂଳୀ, ସାରୁ ନଡ଼ା, ବାଉଁଶ ପତ୍ର, ଧାନ ପତ୍ରର ବିଡା ବାନ୍ଧି ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ ଏହାର ବାସିଦିନ 'କୁକ୍କୁଟୀ' ବା 'ଲଳିତା ସପ୍ତମୀ' ବ୍ରତ (ପଣ୍ଡିତସର୍ବସ୍ୱ ନୂତନ ଆଠମଲ୍ଲିକ ସଂସ୍କରଣ ୧୧୬: ପୃଷ୍ଠା) ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ, ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟାଷଷ୍ଠୀ ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ

ପିଲାମାନଙ୍କ ପିଠିରେ ଯେଉଁ 'ଷଠୀ ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି]