ଶୃଙ୍ଗାରହାର
ଶୃଙ୍ଗାରହାର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶୃଙ୍ଗାରହାର
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଶିଘଡ଼ାହାର; ଶେଫାଳିକା; ଗଙ୍ଗଶିଉଳିଫୁଲ — Nictanthes Arbortristes flower.
ଦ୍ର—ଏହି ଫୁଲ ରାତିରେ ଫୁଟି ସକାଳେ ଗଛରୁ ମନକୁ ଝଡ଼ି ପଡ଼େ ଏହି ଫୁଲର ୪ଟି ଧଳା; ପାଖୁଡ଼ା ଓ ଡେମ୍ପ ହଳଦିଆ ମିଶା ନାଲି ବା ନାରଙ୍ଗି; ସୂର୍ଯ୍ୟକିରଣ ଲାଗିଲେ ଏ ଫୁଲ ଝାଉଁଳି ପଡ଼େ ଏହା ବର୍ଷା- ଋତୁରେ ଓ ବର୍ଷା ଶେଷରେ ଫୁଟେ ଏ ଫୁଲ ମଧୁର ଗନ୍ଧ; ଏହି ଫୁଲରେ ଡେମ୍ଫକୁ ଶୁଖାଇ ପାଣିରେ ଚକଟିଲେ ନାରଙ୍ଗୀ ରଙ୍ଗ ବାହାରେ ଓ ସେଥିରେ ଲୋକ ଲୁଗା ଆଦି ରଙ୍ଗାନ୍ତି ଏଥିର ଫଳ ଚେପାଟା ଓ ଶୁଖିଲେ ଦୁଉଫାଳ ହୋଇ ଫାଟି ଯାଏ
ବେଦ୍ୟଶାସ୍ତ୍ର ମତରେ ଏହା କଟୁ ତିକ୍ତ ରସ, ଉଷ୍ଣବୀର୍ଯ୍ୟ, ରୁକ୍ଷ ଓ ବାତ ଏବଂ କ୍ଷୟ ନାଶକ ଓ ଅଙ୍ଗସନ୍ଧିଗତ ଓ ଗୃହ୍ୟ ଦେଶଗତ ବାୟୁର ଉପଶମକାରକ ଏହାର ପତ୍ରର ରସ ମହୁ କିମ୍ୱା ଚିନି ସଙ୍ଗେ ପିଇଲେ ଜୀର୍ଣ୍ଣ ଜ୍ୱରରେ ବିଶେଷ ଉପକାର ହୁଏ]