ଯତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - [ଯତ୍ ଧାତୁ=(ମୋକ୍ଷ ପାଇ) ଯତ୍ନ କରିବା+କର୍ତ୍ତୃ.ଇ] ସମ୍ପାଦନା

୧. ଯମୀ; ଜିତେନ୍ଦ୍ରିୟ ବ୍ୟକ୍ତି; ତପସ୍ୱୀ; ମୁନି —୧. A sage; an ascetic; one who has controlled his passions.
୨. ସଂସାରତ୍ୟାଗୀ ସନ୍ନ୍ୟାସୀ, ତ୍ୟାଗୀ— ଯୋଗୀ —୨. An anchorite who has renounced the world; a recluse.

[ଦ୍ରଷ୍ଟବ୍ୟ —ମନୁ— ସଂହିତାର ଷଷ୍ଠ ଅଧ୍ୟାୟରେ ଯତି ଧର୍ମ ବର୍ଣ୍ଣିତ ହୋଇଅଛି ଯଥା—ଅହିଂସା, ସତ୍ୟ, ଅସ୍ତେୟ (ଚୌର୍ଯ୍ୟରାହିତ୍ୟ), ବ୍ରହ୍ମଚର୍ଯ୍ୟ ଓ ଅକଳ୍ମଷ (ନିଷ୍ପାପତ୍ୱ) ଏହି ୫ ଗୋଟି 'ଯମ' ଯାହାର ଅଛି ସେ ଯମୀ ବା ଯତି ]

୩. ବ୍ରହ୍ମ— ଚାରୀ —୩. A person observing continence.


୪. ଭିକ୍ଷୁ; ପରିବ୍ରାଜକ —୪. An itinerant mendicant.
୫. (ଯମ ଧାତୁ+ଭାବ. ତି) ନିବୃତ୍ତି — ୫. Cessation.
୬. ଦମନ —୬. Restraining; controlling; checking.
୭. (ଯମ ଧାତୁ+ ଅଧିକରଣ. ତି) ଛନ୍ଦର ବା ଶ୍ଳୋକର ମଧ୍ୟରେ ଜିହ୍ୱାର ବିଶ୍ରାମ ସ୍ଥାନ; ପାଠ ବିଚ୍ଛେଦ —୭. A stop or rest; a pause in poetry or metre; the caesure; a harmonious pause which takes place during the recitaftion of a verse.

[ଦ୍ରଷ୍ଟବ୍ୟ —ଉଦାହରଣ ସ୍ୱରୂପ—ନଅ ଅକ୍ଷରିଣା ଓଡ଼ିଆ ଭାଗବତର ଛାନ୍ଦରେ ୩ ଅକ୍ଷର ପରେ ଯତିପାତ, ପରେ ୨ ଅକ୍ଷର ପରେ ଯତିପାତ ହୁଏ

ଶୁଣ ହେ—ରାଜା—ପରୀକ୍ଷିତ କହିବି—ମୁହଁ—ଭାଗବତ

କିନ୍ତୁ ଏହି ୯ ଅକ୍ଷରକୁ ଯଦି ଏହି ରୂପେ ରଚନା କରାଯିବ: ===

ପରୀକ୍ଷିତ ରାଜା ହେ ଶୁଣ ଭାଗବତ କରିବି ଗାନ, ତେବେ ନିର୍ଦ୍ଦିଷ୍ଟ ସ୍ଥଳରେ ଯତି ନ ପଡ଼ି

ପରୀକ୍ଷି—ତରା—ଜାହେ ଶୁଣ ଭାଗବ—ତକ—ରିବି ଗାନ, ହେବ

ଏଥିରେ ଯତିଭଙ୍ଗ ଦୋଷ ଘଟି ଏହା କାନକୁ ଭାରି କର୍କଶ ଲାଗିବ

ସଂସ୍କୃତ ପଦ୍ୟରେ ହ୍ରସ୍ୱ ଦୀର୍ଘ ସ୍ୱର ଅନୁସାରେ ଯତିପାତର ନିୟମ ଥିବାରୁ ସଂସ୍କୃତ ପଦ୍ୟ ଉଚନା କରିବା କଷ୍ଟକର ଓଡ଼ିଆରେ ପଦ୍ୟରେ ହ୍ରସ୍ୱ ଦୀର୍ଘର ବାରଣ ରହୁ ନ ଥିବାରୁ "ସଜନା ଗଛ ମୂଳେ କୁଢ଼େଇଲି ପାଉଁଶ" ଭଳି ପଦ୍ୟ ରଚନା କରିବା ବଡ଼ ସହଜ ହୋଇ ପଡ଼ିଅଛି]

୮. ବିଧବା —୮. A widow.
୯. ଶଦାଂଶ — ୯. Syllable.
୧. ଅନୁଭୂତି —୧୦. Experience conception.
୧୧. ଯତ୍ ନାମକ ତାଳ; ତ୍ରିପଟା ତାଳର ପ୍ରକାରାନ୍ତର —୧୧. Name of a musical measure.

[ଦ୍ରଷ୍ଟବ୍ୟ —ଏହାର ମାତ୍ରା ସଂଖ୍ୟା ୧୪: ଓ ତାହା ୪ ପଦରେ ବିଭକ୍ତ ପ୍ରଥମ ପଦରେ ୩ ମାତ୍ରା, ଦ୍ୱିତୀୟ ପଦରେ ୪, ତୃତୀୟ ପଦରେ ୩, ଓ ଚତୁର୍ଥ ପଦରେ ୪; ଦୁଇଟି ଦ୍ରୁତ ତାଳି ପରେ ୨ଟି ଲଘୁ ବା ୨ଟି ଲଘୁ ପରେ ୨ଟି ଦ୍ରୁତ ତାଳି ଦିଆଯାଏ]

୧୨. ବ୍ରହ୍ମାଙ୍କର ଏକ ପୁତ୍ର (ଭାଗବତ) (ହିନ୍ଦୀ - ଶ.) —୧୨. Name of a son of Brahmā
୧୩. ନହୂଷଙ୍କ ଏକ ପୁତ୍ର (ମହାଭାରତ) [ହିନ୍ଦୀ - ଶ] —୧୩. Name of a prince, son of king Nahūsha.