ଯଜ୍ଞ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଯଜ୍ ଧାତୁ+ଭାବ. ନ) ସମ୍ପାଦନା

୧. ବେଦୋକ୍ତ ହୋମ ଓ ପୂଜାବିଧି —୧. The sacrificial and ceremonial rites enjoined by the Bedas.

[ଦ୍ରଷ୍ଟବ୍ୟ —ଏଥିର ପ୍ରଧାନ ଅଙ୍ଗ ହୋମ ବା ଅଗ୍ନିରେ ଘୃତଆଦି ଆହୁତି ଦେବା ଯଜ୍ଞଦ୍ୱାରା ଦେବତାମାନେ ତୃଷ୍ଟ ହୋଇ ପୃଥିବୀକୁ ଅନ୍ନଦାନ ଓ ପ୍ରଜାଦାନ କରନ୍ତି ଯଜ୍ଞ ନାନା— ପ୍ରକାର; ଏଥିମଧ୍ୟରୁ ଅଗ୍ନିଷ୍ଟୋମ, ଜ୍ୟୋତିଷ୍ଟୋମ, ରାଜସୂୟ, ବାଜପେୟ, ଅଶ୍ୱମେଧ, ଗୋମେଧ, ପୁରୁଷମେଧ, ପୁତ୍ରେଷ୍ଟି, ବୃଷୋତ୍ସର୍ଗ ପ୍ରଭୃତି ଉଲ୍ଲେଖଯୋଗ୍ୟ ଅଗ୍ମିଷ୍ଟୋମ ଯଜ୍ଞର ପ୍ରଧାନ ଉପକରଣ ଅଗ୍ନି; ଏ ଅଗ୍ନି ତିନିଗୋଟି—ଦକ୍ଷିଣ, ଗାର୍ହପତ୍ୟ ଓ ଆହବନୀୟ ବ୍ରାହ୍ମଣ ଏହି ଅଗ୍ନିତ୍ରୟ ଯତ୍ନ ସହିତ ରକ୍ଷା କରିବେ ବ୍ରାହ୍ମଣର ଦୈନିକ ସମସ୍ତ ଅନୁଷ୍ଠାନହିଁ ଯଜ୍ଞାଙ୍ଗ ଯଜ୍ଞବିହୀନ ବ୍ରାହ୍ମଣ ଚଣ୍ଡାଳ ଅଟେ ଯଜ୍ଞର ଅନ୍ୟ ସଂସ୍କୃତି ନାମ—କ୍ରତୁ, ମଖ, ଅଧ୍ୱର, ଅଭିଷବ, ଆହବ, ମନ୍ୟୁ, ହୋମ, ଇଷ୍ଟି, ଇଷ୍ଟ,ମନ୍ୟୁ, ମହ, ବିତାନ, ସପ୍ତଚନ୍ତୁ, ସବ, ସବନ, ହବ, ହବନ]

୨. ହିନ୍ଦୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗୃହସ୍ଥର ଓ ବିଶେଷତଃ ବ୍ରାହ୍ମଣର ନିତ୍ୟ କର୍ତ୍ତବ୍ୟ ବଳିଦାନାଦି କର୍ମ (ଯଥା—ବ୍ରହ୍ମଯଜ୍ଞ=ବେଦ ପାଠ; ପିତୃଯଜ୍ଞ=ପିତୃ— ତର୍ପଣ; ନୃଯଜ୍ଞ=ଅତିଥିସେବା; ଭୃତଯଜ୍ଞ=ଭୂତମାନଙ୍କୁ ବଳିଦାନ; ଦେବଯଜ୍ଞ=ହୋମ) —୨. The five devotional acts and offerings which a householder and specially a Brāhmaṇa is enjoined by the Ṡāstras to do everyday (Apte)
୩. ହୋମ; ଅଗ୍ନିରେ ଦେବତାଙ୍କ ଉଦ୍ଦେଶ୍ୟରେ ଆହୁତି ଦାନ —୩. Oblations of ghee and other article of offering unto Dieties through fire.
୪. ଯଜ୍ଞର ମୂର୍ତ୍ତିମାନ୍ ଦେବତା —୪. The personification of sacrifice

[ଦ୍ରଷ୍ଟବ୍ୟ —ପୁରାଣମତରେ ଏହି ଦେବତ ମୃଗରୂପୀ ସତୀଙ୍କର ଯଜ୍ଞକୁଣ୍ଡରେ ଝାସ ପରେ, ମହାଦେବଙ୍କ ପ୍ରେରିତ ବୀରଭଦ୍ର ଦକ୍ଷପ୍ରଜାପତିଙ୍କ ଯଜ୍ଞକୁ ନାଶ କରିବା ସମୟରେ ବୀରଭଦ୍ର ଏହି ମୃଗରୂପଧାରୀ ପଳାୟମାନ ଯଜ୍ଞର ମସ୍ତକ ଛେଦନ କଲେ ଓ ଏହି ମସ୍ତକ ଆକାଶରେ ମୃଗଶିରା ନକ୍ଷତ୍ରରୂପେ ପ୍ରତିଷ୍ଠିତ]

୫. ରୁଚି ପ୍ରଜାପିଙ୍କ ଔରସରେ ମନୁତନୟା ଆକୁତିଗର୍ଭଜାତ ପୁତ୍ର ଏବଂ ସ୍ୱାୟମ୍ଭୁବ ମନୁଙ୍କ ଦୌହିତ୍ର —୫. Name of the daughter's son of Swāyambhuba Manu.

[ଦ୍ରଷ୍ଟବ୍ୟ — ଏହି ରୁଚି ଏହାଙ୍କ ସହୋଦରା ଦକ୍ଷିଣାଙ୍କର ମଧ୍ୟ ପାଣିଗ୍ରହଣ କରିଥିଲେ ଓ ଏହାଙ୍କ ଔରସରେ ଯାମ ନାମକ ଦେବଗଣ ଜନ୍ମିଥିଲେ]

୬. ବିଷ୍ଣୁ (ହିନ୍ଦୀ - ଶ) —୬. Bishṇu.