ମକଦ୍ଦମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମକଦମା) ସମ୍ପାଦନା

ମାମଲା; ଅଦାଲତରେ ଉପସ୍ଥାପିତ ଅଭିଯୋଗ —Case in court; litigation.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଅଦାଲତରେ ଦାଏର ହେବା ମକଦ୍ଦମାର ଭିନ୍ନ ଭିନ୍ନ ନାମ ଅଛି ଯଥା—ଫଉଜଦାରି ବା ଫୌଜଦାରୀ ମକଦମା, ଦେଉଆନି ବା ଦେବାନି ମକଦମା, ଦଉରା ବା ସେସନ୍ ମକଦମା ଯେଉଁ ପକ୍ଷ ଅଦାଲତରେ ଜୟଲାଭ କରେ ତାର ମକଦମା ଡ଼ିଗ୍ରି (କ୍ରି) ହେଲା ଓ ଯେ ହାରେ ତା ମକଦମା ଡ଼ିସ୍ମିସ୍ ହେଲା ବୋଲାଯାଏ ମକଦମା ସମ୍ପର୍କରେ ଅନେକ ଗୁଡ଼ିଏ ଇଂରାଜି ଓ ଫାର୍ସୀ ଶବ୍ଦ ଭାଷାରେ ପଶିଛି ଯଥା— ଖାରଜ, ଇସୁ, ସାନିଦାଏର୍, ଅପିଲ୍, ମୋସନ୍, ସାଏଲ୍, ଆସାମୀ, ମଜହର, ମଜହରାଲା, ମୁଦେଇ, ମୁଦାଲା, ଫିରିୟାଦି, ତମାଦି, ଅରଜି, ଜବାବ୍, ସମନ୍, ମିଆଦି, ନୋଟିସ୍ ]