ମଉନାବତୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - [ସଂସ୍କୃତ - ମୌନବତୀ] ସମ୍ପାଦନା

ବେତାଳ ପଞ୍ଚବିଂଶତି କାହାଣୀରେ ବର୍ଣ୍ଣିତ ମୌନବ୍ରତଧାରଣୀ ରାଜାକନ୍ୟାବିଶେଷ — Name of a silent princess of the folktale called Betāḻapan̄chabiṁṡati.

[ଦ୍ରଷ୍ଟବ୍ୟ —ଏହା ରାଜକନ୍ୟାଙ୍କ ବିବରଣ ଯଥା—ଏକ ଦେଶର ରାଜଜେମା ମୌନବ୍ରତ ଧାରଣ କରିଥିଲେ ତାଙ୍କୁ ଯେ କଥା କୁହାଇ ପାରିବ ରାଜା ଉକ୍ତ ବ୍ୟକ୍ତିକୁ ସେ କନ୍ୟାକୁ ସମ୍ପ୍ରଦାନ କରିବେ ବୋଲି ସତ୍ୟ କରିଥିଲେ ଅନେକ ରାଜପୁତ୍ର ଆସି ବହୁ ଚେଷ୍ଟା କରି ବିଫଳପ୍ରଯତ୍ନ ହେଲେ ଶେଷକୁ ବୀରବିକ୍ରମାଦିତ୍ୟ (ଯେ ବେତାଳସାଧନା କରି ଥିଲେ) ବେତାଳମାନଙ୍କର ସହିତ ସେ କନ୍ୟା ନିକଟରେ ପହଞ୍ଚି ବେତାଳମାନଙ୍କ ସଙ୍ଗେ କଥାବାର୍ତ୍ତା ଛଳରେ ଏପରି କୌଶଳରେ ପ୍ରଶ୍ନ ଓ ଉତ୍ତରମାନ କଲେ (ଯଥା—ଦୋଷୀକୁ) ନିର୍ଦ୍ଦୋଷ, ଅବଧ୍ୟକକୁବଧ୍ୟ ବୋଲି ଉତ୍ତର କରିବା) ଯେ, ମୌନାବତୀ ଏହା ଶୁଣି ଆଉ ସମ୍ଭାଳି ହୋଇ ରହି ପାରିଲେ ନାହିଁ, ଓ ଉକ୍ତ ଅନ୍ୟାୟ ଉତ୍ତରମାନଙ୍କର ପ୍ରତିବାଦ କରିବା ପାଇଁ ପାଟି ଫିଟାଇଲେ ତାଙ୍କ ମୌନବ୍ରତଭଙ୍ଗ ହେବାରୁ ବୀର ବିକ୍ରମାଦିତ୍ୟ ଉକ୍ତ କନ୍ୟାକୁ ବିବାହ କଲେ]