ଭଜାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) ସମ୍ପାଦନା

୧. ଅନ୍ୟକୁ ପ୍ରାର୍ଥନା କରାଇବା —୧. To cause another to say prayers.
୨. ଭରଜାଇବା; କୌଣସି ବ୍ୟକ୍ତିକୁ ଭକ୍ତିଦ୍ୱାରା ବା ଅନୁସରଣଦ୍ୱାରା ସନ୍ତୁଷ୍ଟ ବା ବଶୀଭୂତ କରିବା —୨. To please a person by one's devotion or constant attendance.
୩. (ସଂସ୍କୃତ - ଭୃଜ୍ ଧାତୁ) ଭାଜିବାର ଣିଜନ୍ତରୂପ; ଅନ୍ୟଦ୍ୱାରା ଭାଜିବାକ୍ରିୟା କରାଇବା —୩. To cause to be fried.
୪. (ସଂସ୍କୃତ - ଭଜ୍ ଧାତୁ)—ପ୍ରବର୍ତ୍ତାଇବା; ମତାଇବା; ରାଜି କରାଇବା —୪. To induce; to persuade; to cause to agree.
୫. ମୃଆଜା ମୁକାବିଲା କରାଇବା କୌଣସି ବିଷୟର ସତ୍ୟତା ବା ଅସତ୍ୟତାକୁ ପ୍ରମାଣ କରିବାପାଇଁ ସମ୍ପକ୍ତ ବ୍ୟକ୍ତି ସଙ୍ଗେ ମୁକାବିଲା କରାଇବା —୫. To cause a matter to be proved or disproved by confronting the person concerned.
୬. ହିସାବ ମୁକାବିଲା କରାଇବା —୬. To get an account explained and settled.