ଭଗାରି (ରୀ)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଭଗାରିଣୀ, ଭଗାରୁଣୀଅନ୍ୟରୂପ

(ଭଗାରିଆ—ଅନ୍ୟରୂପ ଓ ବିଣ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଭାଗହାରୀ) ସମ୍ପାଦନା

୧. ଜ୍ଞାତି; କୁଟୁମ୍ୱ — ୧. Kinsman.
୨. ଦାୟାଦ (ଉ—ଭଗାରି ଜନ ବଦନ ମ୍ଳାନ ହୁଏ ତା ଅବଧାନେ କ:ସୁ) —୨. Heirs to the same ancestors.
୩. ଆପଣାର ଲାଭରୁ ଅଂଶ ଦେବା ବ୍ୟକ୍ତି — ୩. A cosharer; a person who takes a share from one's income.
୪. ବିପକ୍ଷ; ଶତ୍ରୁ —୪. Enemy; opponent; an antagonist.

(ଉ—ଭାଳୁ ମୋ ଦିନ ନ ସରି, ଭଗାରି ହୋଇଲା ମନ୍ଥରା ନାରୀ, ଭ୍ରମ ହେଲେ ଦଣ୍ଡାଧାରୀ— କୌଶଲ୍ୟା ରୋଦନ ଚଉତିଶା)

୫. ପ୍ରତିଦ୍ୱନ୍ଦୀ —୫. A rival.
୬. ଯାତ୍ରିମାନେ ପଣ୍ଡାମାନଙ୍କୁ ଦେବା ଉପହାରରୁ ଯାତ୍ରି ଆଣିଥିବା ଗୁମାସ୍ତା ଯାହା ଅଂଶ ପାଏ ଉକ୍ତ ଅଂଶରୁ ପୁଣି ଭାଗ ବସାଇବା ଅନ୍ୟ ପ୍ରତିଦ୍ୱନ୍ଦୀ ଗୁମାସ୍ତା —୬. A rival Gomāstā who takes a share from a Pandā's own pilgrim-hunter from whatever the latter gets as his reward from the particular pilgrim's Pandā.

[ଦ୍ରଷ୍ଟବ୍ୟ —ଜ୍ଞାତିମାନେ ପୈତୃକ ସମ୍ପତ୍ତିରୁ ଭାଗ ନିଅନ୍ତି ଓ ଏଥିପାଇଁ ସେମାନଙ୍କୁ ଭାଗହାରୀ ବା ଭଗାରୀ ବୋଲାଯାଏ; ପୈତୃକ ସମ୍ପତ୍ତିର ଭାଗସମ୍ୱନ୍ଧେ ଭଗାରିମାନଙ୍କ ମଧ୍ୟରେ ଘୋର ଶତ୍ରୁତା ହେଉଥିବାରୁ ଭଗାରୀର ଅର୍ଥ ଶତ୍ର ହୋଇଅଛି]