ଭଗବତ ଘର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଗବତ ଟୁଙ୍ଗି (ଙ୍ଗୀ), ଭଗବତ ଟୁଙ୍ଗ—ଅନ୍ୟରୂପ

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

୧. ଭାଗବତ ଘର; ଯେଉଁ ଘରେ ଭାଗବତ ପୋଥି ରଖା ଯାଇ ପୂଜା କରାଯାଏ — ୧. A room where Bhāgabat books are kept and worshipped.
୨. ଗ୍ରାମରେ ଥିବା ସାଧାରଣ ଗୃହ, ଯେଉଁଠାରେ ଭାଗବତ ଗାଦି ଥାଏ ଓ ଯେଉଁଠାରେ ସନ୍ଧ୍ୟାବେଳେ ପୁରାଣପାଠ ହୁଏ —
୨. A common room of a village where Bhāgabata books are worshipped and read every day or often.

[ଦ୍ରଷ୍ଟବ୍ୟ —ଏହା ଉତ୍କଳୀୟ ଗ୍ରାମମାନଙ୍କର ବିଶେଷତ୍ୱ ପ୍ରାୟ ପ୍ରତ୍ୟେକ ସକ୍ଷମ ହିନ୍ଦୁ ଗୃହସ୍ଥଙ୍କର ଘରେ ଭାଗବତ ଗାଦି ଅଛନ୍ତି ଏ ଭାଗବତ ଗାଦିରେ ଭାଗବତ ଓ ଅନ୍ୟାନ୍ୟ ପୁରାଣମାନ ମଧ୍ୟ ଥାଏ ଓ ପ୍ରତଦିନ ଏ ଗାଦିକୁ ନୈବେଦ୍ୟାଦିଦ୍ୱାରା ପୂଜା କରଯାଏ ପ୍ରତିଦିନ ଏ ଗ୍ରାମରେ ଗୋଟିଏ ସ୍ୱତନ୍ତ୍ର ଘର ଥାଏ, ସେ ଘରେ ଭାଗବତ ଗାଦି ପୂଜା କରାଯାଏ ଓ ପ୍ରତିଦିନ ସନ୍ଧ୍ୟାବେଳେ ସେଠାରେ ପୁରାଣପାଠ ବେଳେ ଅନେକ ଗ୍ରାମବାସୀ ରୁଣ୍ଡ ହୋଇ ସେଠାରେ ଆଶ୍ରୟ ପାଆନ୍ତି ]