ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

୧୬ଶ ବ୍ୟଞ୍ଜନବର୍ଣ୍ଣ; 'ତ' ବର୍ଗର ପ୍ରଥମ ବର୍ଣ୍ଣ ଏହାର ଉଚ୍ଚାରଣ— ସ୍ଥାନ 'ଦନ୍ତ' ଏହାକୁ ଉଚ୍ଚାରଣ କଲାବେଳେ ଉପର ପାଟିର ଦାନ୍ତରେ ଜିହ୍ୱାଗ୍ର ସ୍ପର୍ଶ କରାଯାଏ —The ୧୬th consonant corresponding to the dental sound 'T' (in English) when it approaches partly the sound of 't' in the pronunciation the word path.

ସଂସ୍କୃତ - ବିଶେଷ୍ୟ - (ହକ୍ ଧାତୁ=ହାସ୍ୟ ବା ସହ୍ୟ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. ଚୋର —୧. Thief.
୨. ବୃକ୍ଷ —୨. Bull.
୩. ଅମୃତ —୩. Nectar.
୪. (+କରଣ. ଅ) ପୂଣ୍ୟ —୪. Virtue; piety.
୫. କ୍ରୋଡ଼ —୫. Lap.
୬. ମ୍ଳେଚ୍ଛ —୬. A barbarian.
୭. ପୁଚ୍ଛ —୭. Tail.
୮. ଭ୍ରୂଣ —୮. Embryo; foetus.
୯. ଗର୍ଭ —୯. Belly; womb.
୧. ରତ୍ନ —୧୦. Gem.
୧୧. ଶଠ ବ୍ୟକ୍ତି —୧୧. A cheat.
୧୨. (ତୃ ଧାତୁ=ପାରି ହେବା+ଭାବ. ଅ)—ତରଣ; ପାରି ହେବା —୧୨. Crossing.

ଦେଶଜ - ଅ. (ସଂସ୍କୃତ - ତୁ) ସମ୍ପାଦନା

ନିମ୍ନଲିଖିତ ଅର୍ଥ ଓ ସ୍ଥାନରେ ବ୍ୟବହାର କରାଯିବା ଅବ୍ୟୟ —A participle added to a word or santence corresponding to the uses of 'too', 'also'.

୧. (ପାଦ ପୂରଣାର୍ଥକ) ବିଶେଷ୍ୟ - ୧. (in filling up or completing a sentence) Too.

ସାହୁ ତ ରୁଷଇ ସାହୁ ପଣକୁ ଖାତକ ରୁଷଇ କେଉଁ ଗୁଣକୁ?—ପ୍ରବଚନ

୨. (ଅବଧାରଣ ବା ନିଶ୍ଚାୟାର୍ଥକ) ନିଶ୍ଚେ — ୨. Certainly.

ଯେ ତ ସେ , ଆଉ ବାଡ଼ିପଡ଼ା ନିଶୁଆ କେ—ଢଗ

୩. (ତର୍କଣାର୍ଥ) ମୁଁ ଅନୁମାନ କରୁଛି; ବୋଧହୁଏ; ସମ୍ଭବତଃ —୩. Methinks; meseems

ଠଉରାଇ ଅବସର କଲେ ତୁ ପ୍ରସଙ୍ଗ ମୋର ଯିବ ରାଜୀବନେତ୍ରାକୁ ଋଚିତରେ—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଠ ଗୀତ

୪. ପକ୍ଷାନ୍ତରେ; ପରନ୍ତୁ; କିନ୍ତୁ — ୪. On the other hand.

(ଯଥା—ମୁଁ ତ ଯାଇ ପାରୁ ନାହିଁ, ମୁଁ ନ ଗଲେ କଅଣ ହେଲା? ତୁ ତ ଯିବୁ)

୫. (ପ୍ରଶ୍ନାର୍ଥକ)ଟି ?କି? —୫. Interogative.

(ଯଥା—ତୁ ଯାଉଛୁ ତ?)

୬. (ସଂସ୍କୃତ - ତତଃ) ତେବେ; ତାହାହେଲେ; ଫଳତଃ — ୬. Then; consequently.

(ଯଥା—ଋଣ ନ ମିଳିଲେ ତ ମୋର ଆଉ ଗତି ନାହିଁ)

୭. (ଅନୁରୋଧ ବା ନିୟୋଗାର୍ଥକ) ମ — ୭. Indicating a request.

(ଯଥା—ତାକୁ ଡାକ୍ ତ, କଅଣ ସେ କହୁଛି, ବୁଝିବା)

୮. ପ୍ରତିଜ୍ଞାସୂଚକ — ୮. Indicating a resolve.

(ଯଥା—ମୁଁ ଆଜି ଏ କାମ କରିବି ତ; କିଏ ମୋତେ ବନ୍ଦ କରିବ କରୁ)

୯. ମାତ୍ର; ସୁଦ୍ଧା —୯. Even.

ତାଳେ ତ ତାଳିଲୁ ନାହିଁ. କୃପାସୁଧା ଝରକି ରେ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ତ ଗୀତ

୧. (ଅପେକ୍ଷାର୍ଥକ) ସିନା — ୧୦. Indicating probalility or contingency.

(ଯଥା—ସେ ସେଠାକୁ ଗଲେ ତ ହୁଏ; ନୋହିଲେ ମୁଁ ସେଠାରେ କାହାକୁ ନ ପାଇ ଭାଁ ଭାଁ ହଉଥିବି)

ଦେଶଜ - ପ୍ରତ୍ୟୟ (ସଂସ୍କୃତ - କ୍ତ ପ୍ରତ୍ୟୟ) ସମ୍ପାଦନା

ଏହା ଧାତୁ ସଙ୍ଗେ ଭାବ, କର୍ତ୍ତୃ ଓ କର୍ମବାଚ୍ୟରେ ଅତୀତକାଳ ଅର୍ଥରେ ପ୍ରତ୍ୟୟ ହୁଏ, (କ୍ରମେ ଉଦାହରଣ ଯଥା—କଷ୍ଟ, ଜୀବିତ, କୃତ) — An affix corresponding to 'ed' (in English) and 'kta' in Sanskrit, as in accomplished signed, added to the root verbs to denots past passive participles.

ଦେଶଜ - (ସାଙ୍କେତିକ; ଏପରି ବ୍ୟବହାର ସ୍ଥଳରେ ଏହାର ଉଭୟ ପାର୍ଶ୍ୱରେ ଦୁଇଟି ଗାର ରହେ ଯଥା— ତ) ସମ୍ପାଦନା

୧. ତପ୍ପା; ପ୍ରଗନ୍ନା —୧. An abbreviation for the word 'Tappā' or Pergunnah.

(ଯଥା—ରାମଚନ୍ଦ୍ର ମିଶ୍ର ତ ଗୋପାଳପୁର=ଗୋପାଳପୁର ତପ୍ପା ବା ପ୍ରଗନ୍ନାନିବାସୀ ରାମଚନ୍ଦ୍ର ମିଶ୍ର)

୨. ତରଫ —୨. On behalf of.

(ଯଥା—ଲିଖିତଂ ତହସିଲଦାର ରାମ ମହାନ୍ତି ତ ଜମିଦାର ରାମନାରାୟଣ ସିଂହ; ଅର୍ଥାତ୍ ଜମିଦାର ରାମନାରାୟଣଙ୍କ ତରଫରୁ ଲେଖିବା ବ୍ୟ୍ୟକ୍ତି ରାମ ମହାନ୍ତି ତହସିଲଦାର)

୩. ତଉଜି —୩. An abbreviation for Tauji.

(ଯଥା— ପ୍ର ରାହାଙ୍ଗ ତ ୨୬୮: )