ବକସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକ୍ସୀ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଖ୍ସୀ=ବେତନଭୋଗୀ ରାଜକର୍ମଚାରୀ) ସମ୍ପାଦନା

୧. ମୁସଲମାନ୍ ରାଜସରକାରଙ୍କ ଦପ୍ତରର ପ୍ରଧାନ କର୍ମଚାରୀ —୧. The chief ministerial officer under the Mahommedan rules.

ବ୍ୟବର୍ତ୍ତା ଭଲ ଭେକ ସଭାରେ ବକସି ପଟଯୋଷି ମହାପାତରେ—ବ୍ରଜନାଥ, ସମତରଙ୍ଗ

[ଦ୍ରଷ୍ଟବ୍ୟ —ଏମାନେ ମୁନସୀ ବା କିରାନୀଙ୍କ ଉପରସ୍ଥ ଓ ନାଜୀରଙ୍କ ନିମ୍ନ ହାକିମ ଅଟନ୍ତି]

୨. କିଲଟରଙ୍କ ନାଜରଙ୍କ ସହକାରୀ —୨. The assistant Nazir in the Collectorate.
୩. ପ୍ରାଚୀନ ଓଡ଼ିଶା ରାଜାମାନଙ୍କ ଅଧୀନ ସେନାପତିଙ୍କ ଉପାଧି — ୩. The title of generals in the army of ancient Orissa.

[ଦ୍ରଷ୍ଟବ୍ୟ —ଓଡ଼ିଶାର ବକସୀ ଖୋରଧା ଗଜପତି ରାଜାଙ୍କ ସମୟରେ ପ୍ରଧାନ ସେନାପତିର କାର୍ଯ୍ୟ କରୁଥିଲେ ବଂଶପରମ୍ପରାକ୍ରମେ ବକସୀମାନଙ୍କୁ ପାଇକମାନେ ଆପଣାର ଉପରକ୍ତ ସେନାପତି ବୋଲି ଭକ୍ତି ଓ ବିଶ୍ୱାସ କରୁଥିଲେ ରାଜାଙ୍କ ତଳେ ବକସୀ ସମ୍ମାନପାତ୍ର ଥିଲେ କୃପାସିନ୍ଧୁ. ଇତିହାସ]