ବକ
ବକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ବକୀ—ସ୍ତ୍ରୀ)
ସଂସ୍କୃତ - ବି—(ବଚ୍. ଧାତୁ କହିବା+କର୍ମ. ଅ; ଯାହାକୁ ମତ୍ସ୍ୟଭକ୍ଷକ ବୋଲି ଲୋକେ କହନ୍ତି; ବା ବନକ୍ ଧାତୁ=କୁଟୀଳ ଗତି କରିବା+କର୍ତ୍ତୃ. ଅ) ସମ୍ପାଦନା
- ୧. ବଗ; କୂଳେଚରବର୍ଗର ପ୍ରାୟ ଏକ ହାତ ଦୀର୍ଘ ମତ୍ସ୍ୟାଶୀ, ଲମ୍ୱଚଞ୍ଚୁ ଓ ଦୀର୍ଘପଦବିଶିଷ୍ଟ ଶୁକ୍ଲ ପକ୍ଷୀ —୧. The egret; the paddy bird; Bubuleus Coromandus.
[ଦ୍ରଷ୍ଟବ୍ୟ —ଅନେକ ଶ୍ରେଣୀର ଓ ବର୍ଣ୍ଣର ବକ ବା ବଗ ଦେଖା— ଯାନ୍ତି; ଯଥା ===
- ୧. ସାଧାରଣ ବଗ ବା ଗାଈ ବଗୁଲା ଏହା ଏକ ହାତ ଦୀର୍ଘ, ଶ୍ୱେତ ବର୍ଣ୍ଣ ଏମାନଙ୍କୁ ଗଡ଼ିଆ ଓ ବିଲରେ ଚରୁଥିବା ଗାଈଙ୍କ ପିଠିରେ ବସିବାର ଦେଖାଯାଏ ଓ ଏମାନେ ପୋକଜୋକ ଖାଆନ୍ତି; ଏକତ୍ର ଏକାଧିକ ଚରନ୍ତି (ବଙ୍ଗାଳୀ - ବଗ; ହିନ୍ଦୀ - ଗାଇବଗଲା —The egret; Bubuleus Coromandus,)
- ୨. କାଣ୍ଟି ବଗ (ସଂସ୍କୃତ - କ୍ରୌଞ୍ଚ, ହିନ୍ଦୀ - ଅନ୍ଧେ ବଗଲା; ବଙ୍ଗାଳୀ - କୋଁଚ— ବଗ —The pond heron; paddy bird; Ardeola Grayi); ଏମାନଙ୍କ ବର୍ଣ୍ଣ ମାଟିଆ ଏମାନେ ଧାନକ୍ଷେତ୍ରରେ ଓ ପୋଖରୀକୁଳରେ ଦେଖାଯାନ୍ତି
- ୩. ବଗୁଲା—ଦୁଇ ହାତ ଦୀର୍ଘ, ଶ୍ୱେତ (ବଙ୍ଗାଳୀ - ବଗଲା; — The large egret, Heradias Alba); ଏମାନେ ଗୋଟି ଗୋଟିକିଆ ହୋଇ ଚରିବାର ଦେଖାଯାଏ
- ୪. କଣା ବଗୁଲା—ଏକ ହାତ ଦୀର୍ଘ; ଗୋଡ଼ ଛୋଟ, ମୁଣ୍ଡ ପାଉଁଶିଆ; ମୁଣ୍ଡରେ କଳା ଓ ସବଜମିଶା ଜଟ ଏମାନେ ରାତ୍ରିଚର (ବଙ୍ଗାଳୀ - କାନାବଗଲା; The green heron; Butorides Javanica)
- ୫. କାଠ ବଗ—ଗଳା ଓ ଗୋଡ଼ ଛୋଟ; ମୁଣ୍ଡରେ ଛୋଟ ଚୂଡ଼ା; ବେକରେ ପକ୍ଷ ନ ଥାଏ; ପିଠି ହଳଦିଆ, (ବଙ୍ଗାଳୀ - କାଠ ବଗଲା; The yellow bittern, Ardetta Sinensis.)
- ୬. ନାଲି ବଗ—(ବଙ୍ଗାଳୀ - ଲାର ବଗଲା —The chestnut bittern; Ardetta Cinnamonia); ଫିଠି ପକ୍ଷ ଖଇରା
- ୭. ନେଳି ବଗ (ବଙ୍ଗାଳୀ - ନୀଲବଗଲା; The black bittern; Dupetor Flavicollis); ପ୍ରାୟ ହାତେ ଦୀର୍ଘ ଓ କଳା; ବେକରେ ପକ୍ଷ ନ ଥାଏ; ରାତ୍ରିଚର; ପୂର୍ବବଙ୍ଗରେ ଅଧିକ ଦେଖା ଯାଆନ୍ତି ଯୋଗେଶ୍ଚନ୍ଦ୍ର ]
ଅନୁବାଦ ସମ୍ପାଦନା
- ୨. ଅଗସ୍ତି ନାମକ ଗଛ —୨. Sesbania Grandiflora.
- ୩. ଅଗସ୍ତି ଗଛପରି ଆଉ ଏକପ୍ରକାର ଗଛ; ବଗହୁଳା ଗଛ —୩. Another species of tree like Sesbania.
- ୪. ବକାସୁର (ଦେଖ) - — ୪. Bakāsura (See)
- ୫. (ବୈଦ୍ୟକ) ବକ ଯନ୍ତ୍ର (ଦେଖ) - — ୫. Baka j̄antra (See)
- ୬. ଲଣ୍ଡାବଗୁଲି ଗୁଳ୍ମ; ବର୍ବରୀ; ବନବର୍ବରୀ — ୬. Ocymum Gratissimum (Plant).
- ୭. କୁବେର (ହିନ୍ଦୀ - ଶ.) —୭. A name of Kubera.
- ୮. ଭୀମଦ୍ୱାରା ହତ ରକ୍ଷସବଶେଷ (ହିନ୍ଦୀ - ଶ.) — ୮. A demon killed by Bhīma.
- ୯. ଋଷିବିଶଷ (ହିନ୍ଦୀ - ଶ.) —୯. Name of a sage.