ବଇଠକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୈଠକ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - [ସଂସ୍କୃତ - (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂସ୍କୃତ - ବିଷ୍ଟ= ପ୍ରା. ବିଟ; ସଂସ୍କୃତ - ବିତିଷ୍ଠିତି; ପ୍ରା. ବଇଟ୍ଠଇଁ] ସମ୍ପାଦନା

୧. ବସିବା; ଉପବେଶନ — ୧. Sitting.
୨. ସଭା; ବହୁଲୋକଙ୍କ ସମାଗମ — ୨. Meeting; assemblage.
୩. ସଭାର ଅଧିବେଶନ —୩. A session of a meeting.
୪. (ସଂସ୍କୃତ - ବାଟିକା)—ବାସସ୍ଥାନ; ଅବସ୍ଥିତି — ୪. Residence.

ମୂକତ ମଣ୍ଡପ ସେ ଦେଖ ବୈକୁଣ୍ଠ ବିଷ୍ଣୁର ବୈଠକ ଯଶୋବନ୍ତ. ପ୍ରେମଭକ୍ତି. ବ୍ରହ୍ମଗୀତା

୫. ଚୌପାଢ଼ୀ; ସଭାଗୃହ —୫. A meeting hall; meeting place.