ବିଶେଷ୍ୟ (ଦେଶଜ) ସମ୍ପାଦନା

  • ବ୍ରହ୍ମଣ, କ୍ଷତ୍ରିୟ ଓ ବିଶ୍ୟଙ୍କର ଯଜ୍ଞସୁତ୍ର; ଯଜ୍ଞୋପବୀତ
  • ଯଜ୍ଞୋପବୀତ ଗ୍ରହଣ ଅନୁଷ୍ଠାନ; ବ୍ରତରୂପ ସଂସ୍କାରପଇତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପୈତା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପବିତ୍ର;; ଉପବୀତ) ସମ୍ପାଦନା

୧. ବ୍ରାହ୍ମଣ କ୍ଷତ୍ରିୟ ଓ ବୈଶ୍ୟଙ୍କର ଯଜ୍ଞସୁତ୍ର; ଯଜ୍ଞୋପବୀତ —୧. The sacred thread worn by Brābmaṇas, Kshatriyas and B&aline;i̱ṡyas.

କପକୁ କଲେ ପଇତାରେ ହାତ ଦେଇ କୃଷ୍ଣସିଂହ. ମହାଭାରତ ବନ

୨. ଯଜ୍ଞୋପବୀତ ଗ୍ହଣ ଅନୁଷ୍ଠାନ; ବ୍ରତରୂପ ସଂସ୍କାର — ୨. The ceremony of being invested with the sacred thread.

[ଦ୍ରଷ୍ଟବ୍ୟ — ବ୍ରାହ୍ମଣମାନଙ୍କର ପିନ୍ଧିବା ପଇତାକୁ ୩ଖିଅ ଲେଖାଏଁ କରି ଗଣ୍ଠି ପକାଇବାକୁ ହୁଏ ଯେଉଁମାନଙ୍କର ପିତା ବଞ୍ଚିଥାନ୍ତି ସେମାନେ ୨ଗଣ୍ଠି ଯୁକ୍ତ ୬ ଖିଅ ଓ ମୃତ ପିତୃକମାନେ୩ ଗଣ୍ଠିଯୁକ୍ତ ୯ ଖିଅ ପଇତା ପିନ୍ଧନ୍ତି ବେଦ ଭେଦରେ ଓ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଭେଦରେ ପଇତାର ଘଣ୍ଠି ବିଭିନ୍ନ ପଇତାରେ ଘଣ୍ଠି ପକାଇବା ପରେ ତାହାକୁ ଅଭିମନ୍ତ୍ରିତ କରିବାକୁ ପିନ୍ଧିବାକୁ ହୁଏ ସାଧାରଣତଃ ପଇତା ବାମକାନ୍ଧରୁ ଡ଼ାହାଣ ପାଖ ଅଣ୍ଟା ପର୍ଯ୍ୟନ୍ତ (ଶାସ୍ତ୍ରୋକ୍ତମତେ ନାଭି— ପର୍ଯ୍ୟନ୍ତ ଲମ୍ୱା ହୋଇ) ଲମ୍ୱିଥାଏ ଏ ପ୍ରକାର ପରିଧାନକୁ 'ସବ୍ୟ' ବୋଲାଯାଏ ପ୍ରେତକର୍ମ ଓ ପିତୃକର୍ମ କରିବାବେଳେ କେବେ କେବେ ପଇତାକୁ ଡ଼ାହାଣ କାନ୍ଧରୁ ବାଆଁ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱାଇବାକୁ ପଡ଼େ; ଏହାକୁ 'ଅପସବ୍ୟ' ବୋଲାଯାଏ ଏବଂ ସନକାଦି ମୁନିମାନଙ୍କୁ ତର୍ପଣ କରିବା ସମୟରେ ଓ ଶୁଦ୍ଦଶ୍ରାଦ୍ଧରେ ମଧ୍ୟେ ମଧ୍ୟେ କର୍ମ— ବିଶେଷରେ ପଇତାକୁ ମାଳିପରି ବେକରେ ଲମ୍ୱାଇବାକୁ ହୁଏ;

ଏହାକୁ ନିବୀତ ବୋଲାଯାଏ ପ୍ରସ୍ରାବ କରିବା ଓ ଝାଡ଼ା ଫେରି ବସିବା ସମୟରେ ପଇତା କାଳେ ଭୂମିରେ ଲାଗିବ, ଏଥିପାଇଁ ପଇତାକୁ ଅଣ୍ଟାପାଖରୁ ଟେକି ଡ଼ାହାଣ କାନରେ ଉକୁଚେଇ ରଖିବାକୁ ହୁଏ ସବୁ ବ୍ରାହ୍ମଣଙ୍କର ୬ଖିଅ ପଇତାଦ୍ୱାରା ଧର୍ମାନୁଷ୍ଠାନ କରାଯାଏ ମୃତପିତୃଙ୍କର ନଅଖିଅ ପଇତା ମଧ୍ୟରୁ ୩ଖିଅ 'ଉତ୍ତରୀୟ' ରୂପେ କଳ୍ପିତ ହୁଏ 

ବିବେକାନନ୍ଦ ସ୍ୱାମୀ କହିଅଛନ୍ତି ଯେ ବେଦରେ ସୂତ୍ରନିର୍ମିତ ଉପବୀତ ବିଷୟରେ କୌଣସି ଉଲ୍ଲେଖ ନାହିଁ ବେଦର ପରବର୍ତ୍ତୀ ଗୋଭିଲ୍ଲ ଗୃହ୍ୟସୂତ୍ରରେ ମଧ୍ୟ ସୂତ୍ର ନିର୍ମିତ ଉପବୀତରେ ଉଲ୍ଲେଖ ନାହିଁ ମାତ୍ର ତତ୍ପରବର୍ତ୍ତୀ ପୁରାଣାଦିରେ ଏହାର ଉଲ୍ଲେଖ ଦେଖାଯାଏ

ବୈଦିକଯୁଗରେ ଆଠବର୍ଷ ପୂରିବା ଆଗେ ପିତା ବା ଅଭିଭାବକ ବାଳକକୁ ଗୁରୁଗୃହରେ ଛାଡ଼ିଦେଇ ଆସୁଥିଲେ ସେହିଠାରେ ରହି ବାଳକ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରୁଥିଲା ଗୁରୁ ଶିଷ୍ୟକୁ ପାଇ ପ୍ରଥମେ ତାହାର ସଂସ୍କାରବିଧାନ କରୁଥିଲେ ଏହାହିଁ ଆଜିକାଲିର ଉପନୟନ ଏହି ଉପନୟନର ମନ୍ତ୍ର ଓ ଶ୍ଳୋକଗୁଡ଼ିକରୁ ମଧ୍ୟ ପ୍ରମାଣ ମିଳେ ଯେ ଶିଷ୍ୟକୁ ତାହାର ବ୍ରହ୍ମଚର୍ଯ୍ୟାବସ୍ଥାରେ କିପରି କଠୋର ନୀତିମୟ ଜୀହନ ଯାପନ କରିବାକୁ ହେବ ସେ ଗୁଡ଼ିକ ତାହାର ବ୍ୟବସ୍ଥା ମାତ୍ର

ଏହି ସଂସ୍କାର ସମୟରେ ଗୁରୁ ଶିଷ୍ୟର ଅଣ୍ଟାରେ ତ୍ରିରାବୃତ୍ତ ମୁଞ୍ଜମେଖଳ ବାନ୍ଧି ଦେଉଥିଲେ ଶିଷ୍ୟ ଏହି ବ୍ରହ୍ମଚର୍ଯ୍ୟାବସ୍ଥାରେ 'କାୟେନ ମନସା ବାଚା' ଅର୍ଥାତ୍ ଶରୀରଦ୍ୱାରା, ମନଦ୍ୱାରା ଓ ବାକ୍ୟ—ଦ୍ୱାରା ଅସତ୍ ବା ଅନ୍ୟାୟ କରିବା ନାହିଁ, ଏହି ସ୍ମୃତିର ଉଦ୍ୱଧୋନ ପାଇଁ ଦୀକ୍ଷିତ ବାଳକକୁ ଏହି ତ୍ରିରାବୃତ୍ତ ମେଖଳା ପିନ୍ଧାଇ ଦିଆଯାଉ ଥିଲା କ୍ରମେ ବୈଦିକଯୁଗରେ ପରେ ଯେତେବେଳେ ସନାତନ ବୈଦିକ ଧର୍ମର ଅବନତି ଘଟିଲା, ଏହି କ୍ରିରାବୃତ୍ତ ମୁଞ୍ଜମେଖଳା ପରିବର୍ତ୍ତେ ସୂତ୍ରୋପବୀତରେ ସୃଷ୍ଟି ହେଲା ମାତ୍ର ତହିଁରେ ସୂତ୍ରସଂଖ୍ୟା (୩) ଠିକ୍ ରଖାଗଲା—ସ୍ୱାମୀ ବିବେକାନନ୍ଦଙ୍କ ସ୍ୱାମୀଶିଷ୍ୟ ସଂବାଦ]