ଧଣିଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୟନ୍ତୀ—ଯୋଗେଶଚନ୍ଦ୍ର)

ଶିମ୍ୱାଦି ବର୍ଗର ଦୀର୍ଘ ଶୀର୍ଣ୍ଣ ବର୍ଷାୟୂଃ କ୍ଷୁପବିଶେଷ —Sesbania Cannabina; Sesbania Aculeate.

[ଦ୍ରଷ୍ଟବ୍ୟ —ଏହାର ଗଛ ଅଗସ୍ତି ଗଛ ପରି, କିନ୍ତୁ ଆକାରରେ କ୍ଷୁଦ୍ରତର ଏହାର କାଣ୍ଡ ସିଧା, ପତ୍ର ଅଗସ୍ତି ପତ୍ର ପରି; ଛୁଇଁ ୧ ଫୁଟ ପର୍ଯ୍ୟନ୍ତ ଲମ୍ୱ ହୁଏ; ମଞ୍ଜି ମୁଗ ପରି; ଫୁଲ ହରଡ଼ ଫୁଲ ପରି ହଳଦିଆ ଲୋକେ ଏ ଗଛକୁ ଲଗାଇ ଗଛ ବଢ଼ିଗଲେ ତାକୁ କାଟି ନେଇ କ୍ଷେତରେ ପକତି ପକାନ୍ତି ଓ ମାଟିଭିତରେ ଏହା ସଢ଼ି ଗଲେ ଜମିର ସାରର କାର୍ଯ୍ୟ କରେ ବଙ୍ଗଦେଶାରେ ଲୋକେ ଏ ଗଛର ଡାଙ୍ଗରେ ପାନ ଲତାକୁ ମଡ଼ାନ୍ତି ଓଡ଼ିଶାରେ ଲୋକ ଏହାର ପତ୍ରକୁ ଶାଗ କରି ଖାଆନ୍ତି ହିନ୍ଦୀ - ଶବ୍ଦସାଗର ମତରେ ଏହାର ବୀଜ ସଂକୋଚକ ଓ ଉତ୍ତେଜକ ଏବଂ ଝାଡ଼ା ରୋଗରେ ଓ କାଛୁ କୁଣ୍ଡିଆରେ ଔଷଧରୂପେ ବ୍ୟବହୃତ ହୁଏ ବଥ, ଫୁଲା ଓ ଗିଲ୍ଟି ଆଦିର ଏହାର ପତ୍ର ଦିଆଯାଏ ଓ ଏଥିରେ ବଥ ଓ ଗିଲ୍ଟି ପାଚି ଫାଟିଯାଏ ପତ୍ରକୁ ବାଟି ବିଛାକାମୁଡ଼ାରେ ବୋଳାଯାଏ ଏ ଗଛର କାଣ୍ଡକୁ ପାଣିରେ ସଢ଼ାଇ ଲୋକ ଏଥିରୁ ଝୋଟ ପରି ଅଂଶୁମୟ ସୂତ୍ର ବାହାର କରନ୍ତି]