ଡଙ୍ଗାପାଣିଦିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ନୌକାର ଅନ୍ୟ ସମସ୍ତ ଅଙ୍ଗ ତିଆରି ସରିବା ପରେ ଡଙ୍ଗାର ଆଗ ମଙ୍ଗର ବେକ ପାଖେ ଯେଉଁ ଚିତ୍ରତପଟାଖଣ୍ଡ ଲାଗିବ ତହିଁ ଉପରେ ପାଣି ଢାଳିବା ରୂପ ମାଙ୍ଗଲ୍ୟ କର୍ମ — The ceremony of pouring water over the end-plate of a newly made boat before it is launched.

[ଦ୍ରଷ୍ଟବ୍ୟ — ଡଙ୍ଗାଟି ତିଆରି ସରଲେ ତହିଁର ଆଗ ମଙ୍ଗର ବେକରେ ଚିତ୍ରିତ ପଟା ଖଣ୍ଡିକ ଲାଗି ନ ଥାଏ ବଢ଼େଇ ସର୍ବ ଶେଷରେ ଡଙ୍ଗାର ଆଗ ମଙ୍ଗରେ ଉକ୍ତ ପଟାଖଣ୍ଡି ରଖି ତା ଉପରେ ଢାଳେ ପାଣି ଇଡ଼େ ଓ ଡଙ୍ଗାର ସ୍ୱାମୀ ଉକ୍ତ ପାଣିକୁ ଖଣ୍ଡେ ନୂଆ ଲୂଗାରେ ଅଣ୍ଟି ଦେଖାଇ ଧରେ ଡଙ୍ଗାପାଣିଦିଆ କାମ ଶେଷ ହେଲେ ବଢ଼େଇ ଉକ୍ତ କାଠ ଖଣ୍ଡକୁ କଣ୍ଡା ମାରି ଡ଼ଙ୍ଗାରେ ସଂଲଗ୍ନ କରିବା ପରେ ଡଙ୍ଗାର ନିର୍ମାଣକ୍ରିୟା ସମଗ୍ର ହୁଏ ଓ ଡଙ୍ଗା ପାଣିକୁ ଯାଏ ଏହା ନ ହେବା ପର୍ଯ୍ୟନ୍ତ ଡଙ୍ଗା ପାଣିକୁ ଯାଏ ନାହିଁ]