ଠାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି— (ସଂସ୍କୃତ - ସ୍ତୃ ଧାତୁ=ଆଚ୍ଛାଦନ କରିବା; ଆଖି ପତାଦ୍ୱାରା ଆଖିକୁ ଆଚ୍ଛାଦନ କରିବା ଭଙ୍ଗୀ) ସମ୍ପାଦନା

୧. ଉପସ୍ଥିତ ତୃତୀୟ ବ୍ୟକ୍ତିର ଅବୋଧ୍ୟ ଦୁଇଜଣଙ୍କ ମଧ୍ୟରେ ଭାବର ଆଦନ ପ୍ରଦାନ ନିମନ୍ତେ କରାଯିବା ଚକ୍ଷୁ ଓ ଅଙ୍ଗାଦିଦ୍ୱାରା ସଙ୍କେତ — ୧. Gesture; signal; dumb signs through which two persons exchange through with each other without third persons knowing the meaning; dactylology; manual conversation.

[ଦ୍ରଷ୍ଟବ୍ୟ —ମୁହଁରେ କଥା ନ କହି ମୁଣ୍ଡ ହଲାଇ ଓ ହାତଦ୍ୱାରା ଓ ଆଙ୍ଗୁଠିଦ୍ୱାରା ବଧୀର ଓ ମୂକମାନଙ୍କ ନିକଟରେ କଥକ ନିଜ ମନର ଭାବ ବ୍ୟକ୍ତ କରନ୍ତି ଏହାକୁ ଠାର ବୋଲାଯାଏ ଆଧୁନିକ ଯୁଗରେ ଏହି ଠାର ସାହାଯ୍ୟରେ ବଧୀର ଓ ମୂକ ମାନଙ୍କୁ ଅଦ୍ଭୁତରୂପରେ ଶୀକ୍ଷା ଦିଆଯିବା ନିମନ୍ତେ ବିଦ୍ୟାଳୟ ମାନ ସ୍ଥାପିତ ହୋଇଛି ହାତ ଦ୍ୱାର କରାଯିବା ଠାର ଦୁଇ ପ୍ରକାର; ଯଥା—(୧): ଆଙ୍ଗୁଠିନାମଙ୍କର ଭିନ୍ନ ଭିନ୍ନ ଅବସ୍ଥାନ ଭଙ୍ଗି ଓ ଚାଶନାଦ୍ୱାରା ଭିନ୍ନ ଭିମ୍ନ ଅକ୍ଷର ଓ ଅଙ୍କ ପ୍ରକାଶ କରାଯିବା (Dactylogy or manual alphabet system) ଯଥା—ଏକ ଆଙ୍ଗୁଳି ଉଠାଇଲେ ୧ ସଂକ୍ଷା, ଦୁଇ ଆଙ୍ଗୁଳି ଉଠାଇଲେ ୨ ସଂଖ୍ୟା ଇତ୍ୟାଦି ଏହା ମଧ୍ୟ ଏକହାତିଆ ଠାର ଓ ଦୁଇହାତିଆ ଠାର ଏପରି ଦୁଇ ପ୍ରକାର(୨): ଆଙ୍ଗୁଠି ଓ ହାତ ଆଦି ଚାଳନାଦ୍ୱାରା ଭିନ୍ନ ଭିନ୍ନ ବସ୍ତୁ ବା ଭାବ ପ୍ରକାଶ କରାଯିବା (Manual signs; motion; action or gesture by a which the speaker conveys his meanings). ଆମ୍ଭମାନଙ୍କ ସମାଜରେ ଶାଶୁଘରକୁ ଆସିଥିବା ନବବଧୁମାନେ ଶାଶୁଘରେ ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ (ଯଥା— ଶାଶୁ, ନଣନ୍ଦ, ବଡ଼ ଜାଆଙ୍କୁ) ପାଟି ଫିଟାଇ କଥା ନ କହି ଚୁଁ ଚୁଁ ଓ 'ଠାର'ଦ୍ୱାରା ମନୋଗତ ଭାବ ପ୍ରକାଶ କରନ୍ତି ଏବେ ମଧ୍ୟ ଏ ରୀତି କେତେକ ରକ୍ଷଣଶୀଳ ପରିବାରରେ ଚଳୁଅଛି କନ୍ୟାମାନେ ଶାଶୁଘରକୁ ଯିବା ପୁର୍ବରୁ ପିତ୍ରୃଗ୍ରୃହରେ ଏହା ପ୍ରବାଣ ମାନଙ୍କଠାରୁ ରୀତୀମତ ଶିକ୍ଷା କରି ଯାଇଥାନ୍ତି

ନାଟୁଆ ମାନେମୁଁହରେ ବୋଲିବା ସଂଗିତର ମର୍ମକୁ ପାରିଜା ବା ହସ୍ତକ କରି ଅର୍ଥାତ ହସ୍ତଚାଳନ ଓ ମୁଖଭଙ୍ଗୀଦ୍ୱାରା ପ୍ରକାଶ କରନ୍ତି, ଏହା ମଧ୍ୟ ଏକପ୍ରକାର ଠାର

ଆମ ଦେଶରେ ପିଲାମାନଙ୍କ ମଧ୍ୟରେ ପ୍ରଚଳିତ 'ଅହିଠାର' ଏହି ଶ୍ରେଣୀର ତାହାର 'ବୀଜପଦ' ଏହା— "ଆହି, କଲଶ, ଚକ୍ର, ଟଙ୍କାର, ତଲୟ (ତାଳ), ପବନ, ଯବ, ଶଶି ପରିମାଣ; ଆଙ୍ଗୁଠି ଟେକି ଅକ୍ଷର ଦେଖାଇବ ଜାଣ, ଫୁଟୁକି ମାରିଣ ମାତ୍ର କରିବ ବଖାଣ" ଅ ଆ ଇ ଉ ଋ /?/ ଏ ଐ ଓ ଔ= ୧ ୨ ୩ ୪ ୫ ୬ ୭ ୮ ୯ ୧: ହାତକୁ (ଆହି) ସର୍ପାକୃତି କରି ତା ପରେ ଯେତୋଟି ଆଙ୍ଗୁଠି ଦେଖେଇବା ସେହି ସଂକ୍ଷକ ସ୍ୱର ବୁଝାଯିବ ଯଥା—ଏକ ଆଙ୍ଗୁଠି ଦେଖାଇଲେ ଅ, ୨ ଆଙ୍ଗୁଠି ଦେଖାଇଲେ—ଆ, ଇତ୍ୟାଦି

କ ବର୍ଗ=କଳଶ, ଚ ବର୍ଗ=ଚକ୍ର, ଟ ବର୍ଗ=ଧନୁଷ୍ଟଙ୍କାର, ତ ବର୍ଗ=ତାଳି, ପ ବର୍ଗ=ପବନ (ହାତଦ୍ୱାରା ବିଞ୍ଚିବା) ଯରଳବ=ଯବଧାନ, ଶଷସହ=ଚନ୍ଦ୍ର; ଆଙ୍ଗୁଠୁରେ ସଂଖ୍ୟାଦ୍ୱାରା

ବର୍ଗର ସେହି ସଂଖ୍ୟକ ବର୍ଣ୍ଣ ବୁଝାଯିବା ଫୁଟୁକି ମାରିଲେ ଅକ୍ଷରରେ ମାତ୍ରା ଦିଆଯିବାର ବୁଝାଯିବା] 

୨. ତୃତୀୟ ବ୍ୟକ୍ତିର ଅବୋଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ — ୨. Cipher-language.

ଶୋଭା କାମିନୀର ନୀର ବଶେ ପୟୋଧରଧର ଜାଣେ ପ୍ରକାଶୁଁ ସେଠାର ଠାର ହେ ଭଞ୍ଜ ପ୍ରେମସୁଧାନିଧି

[ଦ୍ରଷ୍ଟବ୍ୟ —ଅନ୍ୟ ବ୍ୟକ୍ତିର ଅବୋଧ୍ୟ କଥା ବା ଲେଖାଦ୍ୱାରା ୨ ଜଣ ବ୍ୟକ୍ତି ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିବାକୁ cipher ଠାର ବୋଲାଯାଏ ଦୂରଦେଶସ୍ଥ ରାଜକର୍ମଚାରୀମାନଙ୍କ ମଧ୍ୟରେ ଏହି ପ୍ରଣାଳୀଦ୍ୱାରା ଗୋପନୀୟ ଚିଠି ଓ ତାର ଖବର ପ୍ରେରିତ ହୁଏ ଉକ୍ତ ଠାରର ବୀଜ (key) ନ ଜାଣିଥିବା ବ୍ୟକ୍ତି ଏଥିରୁ କିଛି ମାତ୍ର ବୁଝିପାରେ ନାହିଁ

ଆମ ଦେଶରେ ମଧ୍ୟ ଅନେକ ପ୍ରକାର 'ଠାର' ଅଛି

ଶଶିଠାର—ଏଥିର ବୀଜ; ଅ=କ, ଖ=ଗ, ଘ=ଙ, ଚ=ଟ, ଛ=ଠ, ଜ=ଡ଼, ଝ=ଢ଼, ଞ=ଣ, ତ=ପ, ଥ=ଫ, ଦ=ବ, ଧ=ଭ, ନ=ମ,ର ଓ ଲ=ସ, ହ=କ୍ଷ

ଏଥିର ଉଦାହରଣ ଯଥା—'ମୁଁ ଆଜି ଘରକୁ ଯିବି' ଏହି ବାକ୍ୟ ଶଶିଠାରରେ='ନୁ କାଡି ଙ ସଉ ଡିଦି' ହେବ

ଶେଳେଷା ବା ଶ୍ଳେଷ ଠାର—ଏଥିରେ ପ୍ରତ୍ୟେକ ମୁଳ ଅକ୍ଷରଟି ଉଚ୍ଚାରିତ ହୋଇ ତହିଁରେ ଉକ୍ତ ଅକ୍ଷରର ମାତ୍ରାଯୁକ୍ତ 'ଶଳସ', ଶଦ୍ଦ ଲାଗେ ଯଥା—ମୁଁ=ମ ଶୁଳୁସୁ, ଆଜି=ଅ ଶାଳାସା ଜ ଶିଳିସି ଘରକୁ=ଘ ଶଳସର ଶଳସ କ ଶୁଳୁସ, ବେଗ ହୋଇ=ବ ଶେଳେସେ ଗ ଶଳସ ହ ଶୋଳୋସୋ ଅ ଶିଳିସି, ଯିବି=ଯ ଶିଳିସି ବ ଶିଳିସି

ଫୁଲ ଠାର—ପ୍ରତ୍ୟେକ ଅକ୍ଷର ପରେ 'ଫୁଲ' ପଦ ଯୋଗ ହୁଏ ମଁ ଯାଉଛି ଏହାକୁ କହିବାକୁ ହେଲେ ମୁଁ ଫୁଲ ଯା ଫୁଲ ଉ ଫୁଲ ଛି ଫୁଲ

ପ୍ନ ଠାରେ—ପ୍ରତ୍ୟେକ ଅକ୍ଷର ପରେ ପ୍ନ ଯୋଗ ହୁଏ, କିନ୍ତୁ ଶବ୍ଦର ଶେଷ ଅକ୍ଷରରେ ପ୍ନ ଲାଗେନାହିଁ ଯଥା—'ମୁଁ ଖାଇବି' ଏହା କହିବାକୁ ହେଲେ ମୁଁ ପ୍ନୁ ଖା ପ୍ନା ଇ ପ୍ନି ବିଶେଷ୍ୟ -

ଆଉ ଗୋଟିଏ ଠାରରେ ପ୍ରତ୍ୟେକ ଶବ୍ଦକୁ ଓଲଟା କରି କୁହାଯାଏ ଯଥା—ପାନ ଖଣ୍ଡେ ଦିଅ=ନପା ଣ୍ଡେଖ ଅଦି

ଆଉ ଏକପ୍ରକାର ଠାର ଅଛି, ସେଥିରେ ଗୋଟିଏ ସୂତ୍ର ଏପରି ଥାଏ ଯେ ପ୍ରତ୍ୟେକ ପଦ ମଧ୍ୟରେ ପୂର୍ବରୁ ସ୍ଥିରୀକୃତ ୨/୩/୪: ବା ତତୋ଼ଽଧୀକସଂଖ୍ୟକ 'ହୁଣ୍ଡା ଶବ୍ଦ' ନିହିତ କରାଯାଇ ଲେଖାଯାଏ ଲେଖକର ମନୋଭାବ ଜାଣିବାକୁ ହେଲେ ପ୍ରଥମ ଶବ୍ଦକୁ ଗଣି ସେହିଠାରୁ ପୁଣି ୩ଟି ଶବ୍ଦ ଛାଡିଦେଇ ୨ୟ ଶବ୍ଦ ଓ ସେଠାରୁ ପୁଣି ୩ଟି ଶବ୍ଦ ଛାଡିଦେଇ ୩ୟ ଶବ୍ଦ ପଢ଼ିବାକୁ ହୁଏ ମୁଁ କାଲି ରାତିରେ ପାଇକ ନେଇ ଗଡ଼ରେ ପହଞ୍ଚିବି ଏହି ବାକ୍ୟଟି ଲେଖିବାକୁ ହେଲେ— ୧ ୨ ୩ ୧ ୨ ୩: ମୁଁ ଏଠାରେ ଭଲ ଅଛି କାଲି ମତେ ଜର କଲା ୧ ୨ ୩ ୧ ୨ ୩ : ପାଇକ ତିନି ଜଣ ପଟା ନେଇ ଜମି ଚାଷ କଲେ ୧ ୨ ୩: ଗଡ଼ରେ ବରଷକ ପରେ ମୁଁ ପହଞ୍ଚିବି

ଏହି ଶ୍ରେଣୀର ମଧ୍ୟ ଅନ୍ତଲିପି ବହିଲିପି, ମଧ୍ୟଲିପି ଯୁକ୍ତ ଠାର ଅଛି ପ୍ରତ୍ୟେକ ଧାଡ଼ି ବା ପଦର ଆଦ୍ୟ, ମଧ୍ୟ ବା ଶେଷ ଅକ୍ଷରକୁ ସ୍ତମ୍ଭାକାର କରି ପଢିଲେ କଥକର ମନୋଭାବ ବୁଝାଯାଏ

ଆହୁରି ମଧ୍ୟ ପ୍ରତ୍ୟେକ ଧାଡ଼ିରେ ଥିବା ପ୍ରଶ୍ନର ଉତ୍ତରସ୍ୱରୁପ ପ୍ରଦତ୍ତ ଶବ୍ଦମାନଙ୍କର ଆଦ୍ୟ, ମଧ୍ୟ ବା ଶେଷ ଆକ୍ଷରକୁ ସ୍ତମ୍ଭାକାରରେ ପଢ଼ିଲେ ଅର୍ଥ ଜଣାଯାଏ

ଆଜି କାଲିର କୃପ୍ତ ଲେଖ (short hand) ମଧ୍ୟ ଏକପ୍ରକାର ଠାର]

୩. ଆଖିଠାର; ଆଖିର ଭଙ୍ଗୀଦ୍ୱାରା କରାଯିବା ଇଙ୍ଗିତ ବା ମନୋଭାବର ଅଭିବ୍ୟକ୍ତି —୩. Signals made by various movements and glances of the eye.

ଠାର ନେକ୍ରାନ୍ତ ମନ ମୋହନ ପାଶୀ କବିସୂର୍ଯ୍ୟ. ସଙ୍ଗିତ

ଦେଶଜ - (ପଦ୍ୟ) ଅ. (ଅନ୍ୟ ଶବ୍ଦର ସଙ୍ଗେ ଯୁକ୍ତ) ସମ୍ପାଦନା

୧. (୭ ମୀ ବଭକ୍ତିର ଚିହ୍ନ)ଠାରେ —୧. In; at.

କରନ୍ତି ସ୍ୱଧର୍ମ ଆଚାର ସଙ୍ଗକୁ ତେଜି ସର୍ବଠାର ଜଗନ୍ନାଥ. ଭାଗବତ

୨. (୫ମୀ ବିଭକ୍ତିର ଚିହ୍ନ) ଠାରୁ —୨. From.

ଏ ଭାଗବତ ଗ୍ରନ୍ଥସାର ମୋ ଶିକ୍ଷା ପୂର୍ବେ ତାଙ୍କଠାର ଜଗନ୍ନାଥ. ଭାଗବତ

ଦେଶଜ - ଅ.—(୬ଷ୍ଠୀ ବିଭକ୍ତିର ଚିହ୍ନ) ସମ୍ପାଦନା

(ଅମୃକୁ) ସ୍ଥାନର — Of such or such a place.

(ଯଥା—ଏ କେଉଁ ଠାର ଲୋକ)