ଚକଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଚଟଧାତୁ—ଭେଦନ) ସମ୍ପାଦନା

୧. କରତଳଦ୍ୱାରା ମିଳିବା ବା ଦଳିବା — ୧. To mix with the hands.

ବାକି ଯେତେକ ଅନ୍ନ ବଚିଲା ଚକଟି ଦେହରେ ବୋଳି ହେଲେ ଦୁର୍ବାସାଋଷିଟି କୃଷ୍ଣସିଂହ. ସହାଭାରତ ବନ

୨. ଗୋଡ଼ରେ ଦଳିବା; କୁଦିବା — ୨. To tread with the feet.

ବଣିଜାରୁମାନେ ତ ଶୋଇ ଥିଲେ ବାଟେ ଚକଟି ଗଲେ ପାତ ପକାଇ ଯେ ଆଣ୍ଟେ କୃଷ୍ଣସିଂହ, ମହାଭାରତ

୩. (ଲକ୍ଷଣାର୍ଥ) ବିଧ୍ୱସ୍ତ କରିବା — ୩. (figurative) To destroy; to ruin.

ଚମରୀନେତା କି ସୁଖ ପାଦରେ ଚକଟି ପକାଇଲା ଅନାଦରେ କବିସୂର୍ଯ୍ୟ. କବିତା

୪. (ଲକ୍ଷଣାର୍ଥ) ଆଲୋଡ଼ିତ କରିବା; ବ୍ୟାକୁଳିତ କରିବା — ୪. (figurative) To agitate; to disturb.

ଚକଟି ଦେଲୁ ମୋ ହୃଦାଶୟ କବିସୂର୍ଯ୍ୟ. କିଶୋରୀ ଚମ୍ପୁ

୫. (ଲକ୍ଷାଣାର୍ଥ) ଗୋଳମାଳ ସୃଷ୍ଟି କରିବା — ୫. (figurative) To create confusion.