ଶବ୍ଦାର୍ଥ:

ଖଚମିଛ
ଉଚ୍ଚାରଣ: Khachamichha

ଦେ. ବି. (ସହଚର ଶବ୍ଦ) [ ଖଚ=ଚୁଗୁଲି=ମିଛ=ମିଥ୍ୟା ବା ଅପ୍ରକୃତ କଥା ବା ମନଗଢ଼ା କଥା ] —

ଅନିଷ୍ଟ କାମନାରେ କୌଣସି ଲୋକ ବିପକ୍ଷରେ ତାହାର ପ୍ରଭୁ ଆଗରେ ତା' ପରୋକ୍ଷରେ କୁହାଯିବା ସତ୍ୟ ଓ ମିଥ୍ୟା କଥାମାନ; ଚୁଗୁଲୁ ଓ ଦୁର୍ବାମ — True and untrue confidential reports against a person with a view to injure him back-bitings.

[ ଦ୍ର—ସାଧରଣତଃ ଦେଖାଯାଏ ଯେ ଖଚୁଆମାନେ ଅନ୍ୟ ବ୍ୟକ୍ତି ନାମରେ କେତେକ ସତ୍ୟ ଓ କେତେକ ମନଗଢ଼ା କଥା କହି ପ୍ରଭୁଙ୍କର ମନକୁ ବିଗାଡ଼ି ଦିଅନ୍ତି]