ଶବ୍ଦାର୍ଥ:

କ୍ଷୀରସାଗର
ଉଚ୍ଚାରଣ: Kshīrasāgara

ସଂ. ବି. (କ୍ଷୀର+ସାଗର) —

୧: ପୁରାଣୋକ୍ତ ଦୁଗ୍ଧସାଗର — ୧. The ocean of milk described in the Hindu Purāṇas.

[ ଦ୍ର—ପ୍ରାଚୀନ ହିନ୍ଦୁମାନେ ପୃଥିବୀର ସମୁଦ୍ରକୁ ସାତଟି ବୋଲି ଗଣନା କରୁଥିଲେ—(୧: ) ଲବଣ, (୨: ) ଇକ୍ଷୁ,(୩: ) ଦଧି, (୪: ) ଦୁଗ୍ଧ, (୫: ) ମଧୁ, (୬: ) ମଦିରା ଓ (୭: ) ଘୃତ ଏହି ସାତଟି ସାଗରରେ ସାତପ୍ରକାର ପଦାର୍ଥ ଜଳରୂପେ ଥିଲା ପୁରାଣରେ ଅଛି ଯେ ଦୁଗ୍ଧସମୁଦ୍ର ଭିତରେ ବିଷ୍ଣୁଙ୍କର ବାସସ୍ଥାନ ବୈକୁଣ୍ଠ ଅବସ୍ଥିତ ମନ୍ଦରଗିରିକୁ ମନ୍ଥନଦଣ୍ଡ ଓ ବାସୁକୀକୁ ମନ୍ଥନରଜ୍ଜୁ କରି ଏକ ପାଖରେ ଅସୁର ଓ ଏକ ପାଖରେ ଦେବତାମାନେ ସେ ଦଉଡ଼ିକୁ ଧରି କ୍ଷୀରସମୁଦ୍ରକୁ ମନ୍ଥନ କରିବାରୁ ଏଥିରୁ ଲକ୍ଷ୍ମୀ, ଚନ୍ଦ୍ର, କୌସ୍ତୁଭମଣି, ଉଚ୍ଚୈଃଶ୍ରବା ଅଶ୍ବ, ଐରାବତ ହସ୍ତୀ, ଅମୃତ, ଶତଦଳ ପଦ୍ମ, ପାରିଜାତଫୁଲ ଓ କାଳକୂଟ ବିଷ ବାହାରିଥିଲା

ଆଧୁନିକ ପଣ୍ଡିତମାନେ ବହୁ ବିଦ୍ୟାବୁଦ୍ଧି ଓ ଗବେଷଣା ଦ୍ବାରା ଏ କ୍ଷୀରସମୁଦ୍ରାଦିର ଅବସ୍ଥିତି ନିଶ୍ଚୟ କରିବାର ଚେଷ୍ଟାରେ ଅଛନ୍ତି କେହି କେହି ଏହାକୁ ଆଟ୍ଲାଣ୍ଟିକ୍ ମହାସାଗର ଏବଂ ତନ୍ମଧ୍ୟସ୍ଥ ଇଂଲଣ୍ଡକୁ କ୍ଷୀରସମୁଦ୍ରମଧ୍ୟସ୍ଥ ଶ୍ବେତଦ୍ବୀପ ବୋଲି କଳ୍ପନା କରୁଅଛନ୍ତି]