ଶବ୍ଦାର୍ଥ:

କ୍ଷୀରକାଙ୍କୋଲ
ଉଚ୍ଚାରଣ: Kshīrakāṅkolā
ଅନ୍ୟ ସଂ. ନାମ—ବୟଃସ୍ଥା, କ୍ଷୀରକକ୍ଳୋଲ, କ୍ଷୀରବଲ୍ଲିକା; କ୍ଷୀରିଣୀ, କ୍ଷୀରା, କ୍ଷୀରଶୁକ୍ଳା, ପୟସ୍ବିନୀ, କ୍ଷୀରକାକୋଳୀ ক্ষীরকঁকলা, ক্ষীরকাকোলী दुधकाअलि

ଦେ. ବି. (ସଂ. କ୍ଷୀରକକ୍କୋଳ) —

ହିମାଳୟଜାତ ଏକ ପ୍ରକାର ବୃକ୍ଷର ଅନେକ ପ୍ରସ୍ତ ଖୋଷାଥିବା ଚେର — A Himalayan tree with its root having several layers of rinds like onion (used in madicine) Coculus Indicus.

[ଦ୍ର—ଏହାକୁ ପାଣିରେ ପକାଇ ସିଝାଇଲେ ପାଣି ଦୁଧ ଭଳି ଧଳା ହୋଇଯାଏ ଏହା ଗର୍ଭିଣୀ ସ୍ତ୍ରୀର ଚିକିତ୍ସାରେ ବେଶି ବ୍ୟବହୃତ ହୁଏ ଏହା ଆଯୁର୍ବେଦୋକ୍ତ ପ୍ରସିଦ୍ଧ ଅଷ୍ଟବର୍ଗର ଅନ୍ତର୍ଗତ; ଏହି କନ୍ଦ ଶତମୂଳୀର ନ୍ୟାୟ ବାଟିଲେ ଏହା ଭିତରୁ ଦୁଧପରି ଅଠା ବାହାରେ ଏହାର ଗନ୍ଧ ଅତି ମନୋହର ଏହା ଆ୘ୃତିରେ ଓ ଗୁଣରେ କାଙ୍କୋଲା ପରି, କିନ୍ତୁ କାଙ୍କୋଲା କୃଷ୍ଣବର୍ଣ୍ଣ ଓ ଏହା ଶ୍ବେତବର୍ଣ୍ଣ ଏହା ମଧୁରରସ, ଶୀତଳ, ସ୍ନିଗ୍ଧ, ଗୁରୁପାକ, ପୁଷ୍ଟିକର, ଶୁକ୍ରବର୍ଦ୍ଧକ, କଫଜନକ, ବାତପିତ୍ତନାଶକ ଜ୍ବର, ଦାହ. ରକ୍ତପିତ୍ତ, କ୍ଷୟ ଓ ବଯୁ ରୋଗରେ ଏହା ବିଶେଷ ଉପକାରୀ କ୍ଷୀରକାଙ୍କୋଲା ଅଭାବରେ ଶତମୂଳୀ ବା ଅଶ୍ବଗନ୍ଧାମୂଳ ପ୍ରଯୋଗ କରାଯାଏ ଏହା ସେବନ କରିବାଦ୍ବାରା ପ୍ରସୁତୀମାନଙ୍କର ସ୍ତନ୍ୟ ବୃଦ୍ଧି ପାଏ