ଶବ୍ଦାର୍ଥ:

କଙ୍କଡ଼ା
ଉଚ୍ଚାରଣ: Kaṇkaṟḍ̠ā
কাঁকড়া केकड़ा

ଦେ. ବି. (ସଂ. କର୍କଟ) —

୧: କୁଳୀର; ଏକ ପ୍ରକାର ଜଳଜୀବ —୧. Crab.

[ଦ୍ର—ଏହାର ଆଠ ଗୋଟି ଚାଲିବା ଗୋଡ଼ ଅଛି ଓ ଆଗରେ ସଣ୍ଡୁଆସି ପରି ଦୁଇଟି ହାତ ଅଛି ଏହି ହାତରେ ଖାଦ୍ୟାଦିକୁ ଧରେ ଏବଂ ଏହା ଏପରି ଦାଢ଼ୁଆ ଯେ ତହିଁ ଦ୍ବାରା ନରମା ଜିନିଷ କତୁରିରେ କାଟିବା ପରି କାଟି ହୋଇଯାଏ ଏହାର ଦେହ ଗୋଲାକାର; ଗୋଟିଏ ଖୋଳଦ୍ବାରା ଆବୃତ ପ୍ରତିବର୍ଷ ଏହା ଦେହରୁ ପୁରୁଣା ଖୋଳ ଝଡ଼ି ପଡ଼େ ଓ ନୂଆ ଖୋଳ କଅଁଳେ ନାନା ଜାତିର ଓ ନାନା ଆକାରର କଙ୍କଡ଼ା ଅଛନ୍ତି କେତେକ ମଧୁର ପାଣି ଓ କେତେକ ଲୁଣି ପାଣିରେ ରହନ୍ତି କାହା କାହାର ଦେହ ପାଣ୍ଡୁରା, ଧଳା, ନାଲିଆ ବା କଳା ଅଟେ ଏମାନଙ୍କ ଦେହର ଆକୃତି ମଣ୍ଡାକାଇଁଚ ଠାରୁ ପ୍ରାୟ ଛଅ ଇଞ୍ଚ ବ୍ୟାସବିଶିଷ୍ଟ ହୁଏ ସାଧାରଣ କଙ୍କଡ଼ାମାନେ ବିଲମାନଙ୍କର ହିଡ଼ମୂଳରେ ଓ ପୋଖରୀର ପାଣିକଡ଼ରେ ପାଣିକି ଲାଗି ଗାତ ଖୋଳି ରହନ୍ତି ମଧୁର ପାଣିରେ ଥିବା ବଡ଼ କଙ୍କଡ଼ାଙ୍କୁ ମାଣ୍ଡିଆ କଙ୍କଡ଼ା ବୋଲାଯାଏ ନୀଚ ଜାତୀୟ ଲୋକମାନେ କଙ୍କଡ଼ାକୁ ସିଝାଇ ବା ପୋଡ଼କରି ଖାଆନ୍ତି ଏହାର ମାଂସ ବଳକାରକ ଓ ବାତନାଶକ

ଏକ ପ୍ରକାର କଙ୍କଡ଼ା ସମୁଦ୍ର ଓ ଚିଲିକାର ଲୁଣି ପାଣିରେ ରହନ୍ତି ସେଗୁଡ଼ିକ ଖୁବ୍ ବଡ଼ ସମୁଦ୍ର କଙ୍କଡ଼ା ପାଞ୍ଚ ପ୍ରକାର, ଯଥା—ବ୍ରାହ୍ମଣିଆ କଙ୍କଡ଼ା; ରାଣୀ କଙ୍କଡ଼ା; କଙ୍କଡ଼ା; ଫୁଲିଆ ଓ ମରଡ଼ା ବିଲ ଭିତରେ ବର୍ଷାଦିନରେ ଏକ ପ୍ରକାର କଙ୍କଡ଼ା ରହନ୍ତି— ଛୋଟ, ଧଳା ଓ ମାଣ୍ଡିଆ ଏହି ତିନି ପ୍ରକାର ଛୋଟ କଙ୍କଡ଼ା ଦେଖାୟାନ୍ତି କଙ୍କଡ଼ାମାନେ ଅଣ୍ଡ଼ଜ; କଥିତ ଅଛି ମାଈ କଙ୍କଡ଼ାର ପେଟ ଡ଼ିମ୍ବରେ ଭରିଗଲେ କଙ୍କଡ଼ା ମରିଯାଏ କଙ୍କଡ଼ାମାନେ ତେରଛା ଚାଲନ୍ତି]

୨: (ଜ୍ୟୋତିଷ) କର୍କଟ ରାଶି — ୨. (Astronomy) The Sign of Cancer.

୩: କଙ୍କଡ଼ା ପରି ମଝି ଗୋଲ ଓ ଚାରିପାଖ ମୁନିଆଁ କଣ୍ଟା— ମାନ ବାହାରିଥିବା ଏକ ପ୍ରକାର ଲୁହା କଣ୍ଟା — ୩. An iron-nail with many protruding hooks.