ମୂର୍ତ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) ସମ୍ପାଦନା

୧. ଆକାର; ଆକୃତି — ୧. Form; shape.
୨. ରୂପ — ୨. Figure.
୩. ପିତୁଳା; ବିଗ୍ରହ; ସ୍ୱରୂପ; ପ୍ରତିମା — ୩. Image; statue.
୪. କାୟା — ୪. Body.
୫. ପ୍ରକାଶିତ କାୟା ବା ଶରୀର — ୫. Embodiment.
୬. ଦେବତାଙ୍କ ଅବତାର — ୬. Incarnation of a deity.
୭. ଦେବପ୍ରତିମା — ୭. Idol.
୮. ଅବୟନ; ଅଙ୍ଗ — ୮. Limbs.
୯. (+ଭାବ. ତି) କାଠିନ୍ୟ — ୯. Solidity; hardness.
୧୦. ଦ୍ରବ୍ୟ; ପଦାର୍ଥ — ୧୦. Material thing.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ମାନ୍ୟାର୍ଥକ) ବୈଷ୍ଣବ ଓ ବ୍ରାହ୍ମଣମାନଙ୍କ ସଂଖ୍ୟା ବା ଜଣ — ୧. Number of Brāhmaṇas or Baishṇabas

(ଯଥା—ଆଜି ମୋ କୁଟୀରରେ ୪ ମୂର୍ତ୍ତି ବ୍ରାହ୍ମଣ ଭୋଜନ କଲେ)

୨. ବସ୍ତ୍ର ବା ଶାଢ଼ୀର ଖଣ୍ଡ — ୨. Piece of cloth.

(ଯଥା—ମୁଁ ବନ୍ଧୁଙ୍କ ଘରକୁ ତିନି ମୂର୍ତ୍ତି ଶାଢ଼ୀ ବେଭାର ପଠାଇଲି)

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ମୁରତି,ମୁରୁତି,ମୁର୍ତ୍ତି]